ls

ସିଏ ଓ ସିଏମ୍‌ଏ ଗଢ଼ିବା ଦିଗରେ ଓଡ଼ିଶାରେ ବିଶେଷ ସଫଳତା ପ୍ରଦର୍ଶନ କରିଛି ସିଏନ୍‌ସି : ୨୦୨୦-୨୧ରେ ସିଏ ଓ ସିଏମ୍‌ଏ ପରୀକ୍ଷାରେ ସିଏନ୍‌ସି.ର ୧୫ ଜଣ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏ ଓ ସିଏମ୍‌ଏ ଗଢ଼ିବା ଦିଗରେ ଓଡ଼ିଶାରେ ବିଶେଷ ସଫଳତା ପ୍ରଦର୍ଶନ କରିଛି ସିଏନ୍‌ସି । ସୁନାମଧନ୍ୟ ସିଏନ୍‌ସି (ନାଇସ୍‌ ବାଣିଜ୍ୟ ମହାବିଦ୍ୟାଳୟ)ର ଖ୍ୟାତି ଅଧ୍ୟାୟରେ ସଫଳତାର ଆଉ ଏକ ପାହାଚ ଯୋଡ଼ି ହୋଇଯାଇଛି । ତାହାର ଜ୍ୱଳନ୍ତ ଉଦାହରଣ ହେଉଛି, ବର୍ଷ ୨୦୨୦-୨୧ରେ ସିଏ ଓ ସିଏମ୍‌ଏ ପରୀକ୍ଷାରେ ଏହି ଶିକ୍ଷାନୁଷ୍ଠାନର ୧୫ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ୍‌ କରି ଅନୁଷ୍ଠାନର ଗୌରବକୁ ଅକ୍ଷୂର୍ଣ୍ଣ ରଖିଛନ୍ତି । ସିଏନ୍‌ସି ତଥା ବଲାଙ୍ଗିର ମାଟି ପାଇଁ ଗୌରବ ସୃଷ୍ଟି କରିଥିବା ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସିଏ ପରୀକ୍ଷାରେ ତୁଷାର ମୋଦୀ, ଆଂଚଲ କେଡ଼ିଆ, ଅଂଜଳି ୱାଦବାନୀ, ଅନିଷ ଜୈନ, ଆସ୍ଥା ଅଗ୍ରୱାଲ, ରାହୁଲ ଅଗ୍ରୱାଲ ଓ ସଂସ୍କାର ଅଗ୍ରୱାଲ ସଫଳତା ହାସଲ କରିଥିବା ବେଳେ ସିଏମ୍‌ଏ ଇଂଟର୍‌ମିଡିଏଟ୍‌ ପରୀକ୍ଷାରେ ଜତିନ ଅଗ୍ରୱାଲ, ସେଫାଳୀ ଜୈନ, ଚାନ୍ଦନୀ ମେହେର ଓ ଦିନେଶ ଅଗ୍ରୱାଲ ସଫଳ ହୋଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ସେଫାଳୀ ଜୈନ ସର୍ବଭାରତୀୟ ସ୍ତରରେ ୪୫ତମ ସ୍ଥାନ ତାଙ୍କ ପ୍ରଥମ ପରୀକ୍ଷାରେ ହିଁ ପ୍ରାପ୍ତ ହୋଇଥିଲେ ଓ ନିଶା ବାଇ (ସିଏମ୍‌ଏ ଫାଉଣ୍ଡେସନ୍‌) ଏବଂ ରିୟା ଅଗ୍ରୱାଲ ଓ ଶୀତଲ ଅଗ୍ରୱାଲ (ସିଏମ୍‌ଏ ଇଂଟରମିଡ଼ିଏଟ୍‌)ରେ କୃତକାର୍ଯ୍ୟ ହୋଇଛନ୍ତି । ପୁଣି ରିୟା ଅଗ୍ରୱାଲ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବାଣିଜ୍ୟ (ସମ୍ମାନ) ପରୀକ୍ଷାରେ ଷଷ୍ଠ ସ୍ଥାନ ହାସଲ୍‌ କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି । ଆହୁରି ଗୌରବର ବିଷୟ ଯେ, ସମସ୍ତ ୧୫ ଜଣ ଛାତ୍ରଛାତ୍ରୀ +୨ ପରୀକ୍ଷାରେ ୮୫%ରୁ ଅଧିକ ନମ୍ବର ରଖି ସିଏନ୍‌ସିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରିଥିବା ସୁନୈନା ପାତ୍ର (ଯିଏ କି ବିଶ୍ୱବିଦ୍ୟାଳୟ ବାଣିଜ୍ୟ (ସମ୍ମାନ) ପରୀକ୍ଷା(୨୦୧୬)ରେ ୪ର୍ଥ ସ୍ଥାନ ଅଧିକାର କରିଥିଲେ) ପ୍ରଥମ ସିଏମ୍‌ଏ ଛାତ୍ରୀ, ବର୍ତ୍ତମାନ ପ୍ୟାରିସ୍‌ (ଫ୍ରାନ୍ସ)ର ଏସ୍‌କେଇଏମ୍‌ଏ ବିଜ୍‌ନେସ୍‌ ସ୍କୁଲ୍‌ରେ ଏମ୍‌ବିଏ କରୁଛନ୍ତି ।

pc pk
Leave A Reply

Your email address will not be published.