pakka

କ୍ଲିନ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

l2

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗାମରେ ଗତକାଲି ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଇଣ୍ଟେଲେକ୍‌ଚୁଆଲ କ୍ଲବ ଓ ନେହୁର ଯୁବ କେନ୍ଦ୍ର, ପୁରୀ ମଳିତ ଆନୁକୂଲ୍ୟରେ କ୍ଲିନ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘୋରଡିଆ ହାଟ ବଜାର, ମନ୍ଦିର, ସ୍କୁଲ ପରିସର, ଗ୍ରାମ୍ୟ ମୁଖ୍ୟ ରାସ୍ତାକୁ ଯୁବକମାନଙ୍କ ଦ୍ୱାରା ପରିଷ୍କାର ପରିଛନ୍ନ ସହ ପ୍ଲାଷ୍ଟିକ ମୁକ୍ତ ଜନ ସଚେତନତା ଅଭିଯାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଦୁଃଖିଶ୍ୟାମ ବେହେରା, ସମ୍ପାଦକ ଦିଲ୍ଲିପ କୁମାର ଧାଉଡିଆ, କୋଷାଧ୍ୟକ୍ଷ ବାବୁରାମ ଦାସ, ସ୍ୱେଛାସେବୀ ପ୍ରତାପ ଚନ୍ଦ୍ର ପଲେଇ, ଅଶୋକ ହରିଚନ୍ଦନ, ଅଜୟ ସାହୁ, ପ୍ରଦୀପ ରାଉତରାୟ, ସୁକାନ୍ତ ସାହୁ, ସୟଦ ମହମ୍ମଦ, ବେଣୁଧର ମଙ୍ଗରାଜ, ସୁଶାନ୍ତ ଓ ସୁଦର୍ଶନ ପୃଷ୍ଟି ପ୍ରମୁଖ ସମେତ ବହୁ ଯୁବକ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଧାଉଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

19 − eleven =