p purohi

ସିନେମା ପାଇଁ ମୁମ୍ବାଇରେ ତାଲିମ ନେଲେ ଶ୍ୟାମ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଦହିତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲୁୁଡୁଙ୍ଗୁରୀ ଗ୍ରାମର ବହୁ ଚର୍ଚ୍ଚିତ ଜୁବ କ୍ୟାମେରା ମେନ୍ ନିର୍ଦ୍ଦେଶକ ତଥା ସମ୍ବଲପୁରୀ ସିନେମାର ଅଭିନେତା ଶ୍ୟାମସୁନ୍ଦର ମେହେର ମୁମ୍ବାଇରେ ଏଫ୍‌ଟିଏ ପିଲ୍ମି ସଂସ୍ଥା ଦ୍ବାରା ତାଲିମ୍ ନେଇ ଭଲ ଭାବରେ ଶିକ୍ଷାଲାଭ କରି ଫେରୁଛନ୍ତି ଓଡିଶାକୁ । ତାଙ୍କର ବହୁ ‌ସ୍ୱପ୍ନ ଥିଲା ସେ ଭଲ ପିଲ୍ମ ସଂସ୍ଥାରେ ଶିକ୍ଷା ଲାଭ କରିବେ ଆଜି ତାଙ୍କର ସ୍ୱପ୍ନ ସତ ହୋଇଛି । ସେ କହନ୍ତି ସମ୍ବଲପୁରୀ ସିନେମାକୁ ନୂତନ ରଙ୍ଗ ଢଙ୍ଗ ଦେଇ ସୁନ୍ଦର ଭାବରେ ଆଗକୁ ଏଡିଟିଂ କରିବା ସହ ଆଗକୁ ବହୁମାତ୍ରାରେ ସିନେମା ଭେଟିବାର ଲକ୍ଷ ରଖିଛନ୍ତି । ଗାଁରୁ ମୁମ୍ବାଇକୁ ଯାଇ ଶିକ୍ଷା ଲାଭ କରିଥିବା ଶ୍ୟାମଙ୍କ ପାଇଁ ଭାଲୁଡୁଙ୍ଗୁରୀ ଗ୍ରାମରେ ଖୁସିର ଲହରୀ ଛୁଟି ଯାଇଛି । ସମ୍ବଲପୁରୀ ଭାଷାକୁ ଭଲପାଉଥି ଶ୍ୟାମ ଗାଁରୁ ମୁମ୍ବାଇ ଜିବା ଏକ ବଡ ଉଦାହରଣ ବୋଲି ଜନ ସାଧାରଣ ପ୍ରଚାର୍ ହେଉଥିବା ଦେଖିବାକୁ ମିଲିଛି । ମୁମ୍ବାଇରେ ତାଲିମ୍ ଦେଉଥିବା ଫିଲ୍ମ ମେକର୍ ଶିକ୍ଷକ ସମର କୁମାର୍ ମୁଖାର୍ଜୀ ଶ୍ୟାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ ଅବସରରେ ଯୁବ ସାମ୍ବାଦିକ ତଥା କବି ସୁରେନ୍ଦ୍ର ମେହେରଙ୍କ ସମେତ ବହୁ କଲାକାର ‌ହ୍ୱାଟସଆପ୍ ଜରିଆରେ ଶ୍ୟାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.