ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣା : ୨ ଅଭିଯୁକ୍ତ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ ଗେଟ୍‌ର ତାଲା କାଟି ବ୍ୟାଙ୍କର ୧ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲେ । ଏନେଇ ବ୍ୟାଙ୍କ ପକ୍ଷରୁ ପୁରୁଣାକଟକ ଥାନାରେ ଗୁରୁବାର ଦିନ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ୍ କରି ଚୋରମାନଙ୍କୁ ଚିହ୍ନଟ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ନୟାଗଡ଼ ଜିଲ୍ଲାରୁ ଆସି ମାଧପୁର ନିକଟସ୍ଥ ଗୋଛାବାରୀ ସାହି ଠାରେ ରହୁଥିବା ହରିହର ପ୍ରଧାନ ଓ କଟକ ଜିଲାରୁ ଆସି ମାଧପୁର ଠାରେ ରହୁଥିବା ଜିତେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରିଥିଲା । ତେବେ ହରିହର ଠାରୁ ୮୦ ହଜାର ଟଙ୍କା ସହ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି ।

Leave A Reply

Your email address will not be published.

five × two =