ଚିନ୍ମୟ ମିଶନ ପକ୍ଷରୁ ବଲାଙ୍ଗିରରେ ୭ଦିନ ଧରି ଗୀତା ଜ୍ଞାନ ଯଜ୍ଞ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୀତା ଜ୍ଞାନ ଯଜ୍ଞ ସ୍ଥାନୀୟ ଯାଦବ ଭବନ ଠାରେ ଚିନ୍ମୟ ମିଶନ ପକ୍ଷରୁ ଆରମ୍ଭ ହୋଇଯାଇଛି । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୬ ଘଣ୍ଟାରୁ ୭.୩୦ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶିଷ୍ଟ ପ୍ରବଚକ ସ୍ୱାମୀ ରାଘବାନନ୍ଦ ସରସ୍ଵତୀ ଗୀତା ଜ୍ଞାନ ଉପରେ ଏହି ୭ ଦିନ ଧରି ପ୍ରବଚନ ଦେବେ । ପବିତ୍ର ଗୀତା ଗଙ୍ଗା ମାତା ଭଳି ପବିତ୍ର । ଗୀତା ଜ୍ଞାନକୁ ପାନ କଲେ ମଣିଷକୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ସ୍ୱାମୀ ରାଘବାନନ୍ଦ ଆଜି ଶ୍ରଦ୍ଧାଳୁଙ୍କୁ ପ୍ରବଚନ ମାଧ୍ୟମରେ ପ୍ରକାଶ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଚିନ୍ମୟ ମିଶନର ରବିନ୍ଦ୍ର ପାଣ୍ଡିଆ, କିଶୋର ବେହେରା, ବିରବର ସିଂ, ସନ୍ତେଷ ବ୍ରହ୍ମା, ସମ୍ପାଦକ ବିନୋଦ ବିହାରୀ ଭୋଇ ଓ ଯାଦବ ସମାଜ ସଭାପତି ପଙ୍କଜ ସେଲମା ଓ ପ୍ରଶାନ୍ତ ମହାକୁର ପ୍ରମୁଖ ସହଯୋଗ କରିଥିବା ବେଳେ ରାଜୀବ ଲୋଚନ ବହିଦାର ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

11 + 9 =