pakka

ବାସନ୍ତୀ ନବରାତ୍ରୀ ଅଷ୍ଟମୀ ତିଥିରେ ମା’ ସମଲେଶ୍ୱରୀଙ୍କ ପୀଠରେ ଛେଣାପଣା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାସନ୍ତୀ ନବରାତ୍ରୀ ଅଷ୍ଟମୀ ତିଥିରେ ରୀତିନୀତି ଅନୁସାରେ ମା’ ସମଲେଶ୍ୱରୀଙ୍କ ପୀଠରେ ଛେଣାପଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଟଙ୍କଧର ଦିଶ୍ରୀ ଅକ୍ଷୟ ଆଜିର ପୂଜନ କର୍ମ ତୁଳାଉଥିବା ବେଳେ ହଇଜା, ବସନ୍ତ ଭଳି ମହାମାରୀରୁ ବଲାଙ୍ଗିର ସହରକୁ ରକ୍ଷା କରିବା ପାଇଁ ମା’ଙ୍କଠାରେ ଛେଣାପଣା କରାଯାଇଥିବା କହିଛନ୍ତି । ଏହି ଅବସରରେ ମା’ଙ୍କ ପୀଠରୁ ଭକ୍ତଙ୍କ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରିଥିବା ବେଳେ ସହରର ଚାରି ଦିଗକୁ କିଳା ଯାଇଥିବା ମୁଖ୍ୟ ପୂଜକ ଦିଶ୍ରୀ ପ୍ରକାଶ କରିଛନ୍ତି । ଏହି ଆଧ୍ୟାତ୍ମିକ ଶୋଭାଯାତ୍ରାରେ ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସହ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା । ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ମଧ୍ୟ ଶୋଭାଯାତ୍ରାରେ ଯୋଗଦାନ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାସନ୍ତୀ ନବରାତ୍ରୀ ଅଷ୍ଟମୀ ତିଥିରେ ମାନସିକଧାରୀମାନେ ନିଜ ନିଜ ମାନସିକ ଅନୁସାରେ ମା’ ସମଲେଶ୍ୱରୀଙ୍କଠାରେ ଭୋଗ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.

five × 3 =