ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସାିଂହାସ୍ଥିତ ୱାଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ କରାଯାଇଛି । ଯୋଗୀସର୍ଡା, ହୀରାପୁର, ଝାରମୁଣ୍ଡା, ବାଦିମୁଣ୍ଡା, ତଲିଉଡାର ପଂଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ପ୍ରାୟ ୨୨୦ ଜଣ ଚାଷୀଙ୍କୁ ଏହି ମେସିନ ପ୍ରଦାନ କରାଯାଇଛି । ଝାରମୁଣ୍ଡା ଓ କେଉଁଟିପାଲି ଗ୍ରାମରେ ଚାଲିଥିବା ବଂଟନ କାର୍ଯ୍ୟକ୍ରମକୁ ୱାଲ୍ଡ ଭିଜନ ଇଣ୍ଡିଆର ସିଡିଏଫ ଶଙ୍କର ନାଦମ ଓ ଆଲୋକ ସାମନ୍ତରାୟ ପରିଚାଳନା କରିଥିଲେ । ଝାରମୁଣ୍ଡାରେ ଆୟୋଜିତ ବଂଟନ କାର୍ଯ୍ୟକ୍ରମରେ ଝାରମୁଣ୍ଡା ସରପଂଚ ସୁନୀଲ କୁମାର ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇ ଚାଷୀଙ୍କୁ ସ୍ପ୍ରେୟର ମେସିନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସଂସ୍ଥାର କର୍ମକର୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.