୨ କରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ବିଭାଗର କର୍ମଚାରୀ ଓଏଏସ୍‌ଆଇ ଶରତ ଚନ୍ଦ୍ର ମଲ୍ଲିକ ଏବଂ କନେଷ୍ଟବଳ ଗୋବିନ୍ଦ ନାଏକ ଆଜି ବୁର୍ଲା ସ୍ଥିତ ଭିମ୍‌ସାର୍‌ରେ ପ୍ଲାଜ୍‌ମା ଦାନ କରିଛନ୍ତି । ତେବେ ତାଙ୍କ ଏଭଳି ମହତ୍‌ କାମ ଯୋଗୁଁ ବିଭାଗ ପକ୍ଷରୁ ତଥା ବଲାଙ୍ଗିର ବୁଦ୍ଧିଜୀବୀଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି । ଅନ୍ୟ କରୋନା ସଂକ୍ରମିତଙ୍କ ଜୀବନ ବଂଚାଇବା ପାଇଁ ତାଙ୍କ ପ୍ଲାଜ୍‌ମା ଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବିଶ୍ୱାସ କରାଯାଉଛି । ସୂଚନାଯୋଗ୍ୟ ଯେ, କରୋନା ଆକ୍ରାନ୍ତ ହୋଇ ତଥା କରୋନାକୁ ପରାସ୍ତ କରି ସଂପୃକ୍ତ ଦୁଇ କରୋନା ଯୋଦ୍ଧା ପ୍ଲାଜ୍‌ମା ଦାନ କରିଛନ୍ତି ।

Leave A Reply

Your email address will not be published.