pakka

ଜୁଆ ଆଡ୍ଡାରେ ପୋଲିସର ବଡ଼ଧରଣର ଚଢାଉ

bbehera

ଝାରସୁଗୁଡ଼ା : ବଡ଼ଧରଣର ଜୁଆ ଆଡ୍ଡା ଉପରେ ଟାଉନା ଥାନା ପୋଲିସର ଚଢାଉ । ସୋମବାର ବିଳମ୍ବିତ ରାତିରେ ପୁରୁଣାବସ୍ତିରେ ଜୁଆ ଆଡ୍ଡା ଚାଲିଥିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ତୁରନ୍ତ ଚଢାଉ କରିଥିଲା ଟାଉନ୍‌ ଥାନା ପୋଲିସ । ଆଉ ଏହି ଚଢାଉରେ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହାସହ ୧୫ ଜଣଙ୍କୁ ଗିରଫ କରିଛି । ସେହିପରି ୧୫ରୁ ଅଧିକ ବାଇକ ଏବଂ ୫ରୁ ଅଧିକ କାର୍‌ ବି ଜବତ ହୋଇଛି । ହେଲେ ସବୁ ଗାଡି ମାଲିକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଗିରଫ ହୋଇଥିବା ସମସ୍ତ ଜୁଆଡିଙ୍କୁ ଜେରା କରୁଛି ଟାଉନ୍‌ ଥାନା ପୋଲିସ ।

jay balangir
Leave A Reply

Your email address will not be published.

four + twenty =