ବଲାଙ୍ଗିରରେ ଗୋଟିଏ ଦିନରେ ୫୧ ସଂକ୍ରମିତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ କରୋନା ତାର କାୟାବସ୍ତାର କରି ଚାଲିଛି । ବଲାଙ୍ଗିରରେ ଗୋଟିଏ ଦିନରେ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଏହି ସୂଚନାରେ ଦର୍ଶାଯାଇଛି ଯେ, ବଲାଙ୍ଗିର ସହରରୁ ୨୧ ଜଣ ଓ ସିଆର୍ପିଏଫ୍.ରୁ ୧୨ ଏବଂ ଦୁଇ ଜଣ କୋଭିଡ଼୍ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ସଂକ୍ରମିତମାନେ ଗ୍ରାମାଂଚଳର ହୋଇଥିବା କୁହାଯାଇଛି । ତେବେ ବଲାଙ୍ଗିର ସହରର ତୁଲସୀନଗରରୁ ୨, ରାଧାରାଣୀପଡ଼ାରୁ ୧, ରୁଗୁଡ଼ିପଡ଼ାରୁ ୧, ସୁଦପଡ଼ାରୁ ୪, କ୍ଲବ୍ପଡ଼ାରୁ ୧, ଠିକାଦାରପଡ଼ାରୁ ୫, ସାଗରପଡ଼ାରୁ ୧, ମାଲପଡ଼ାରୁ ୪, ତାଲପାଲିପଡ଼ାରୁ ୧ ଏବଂ ଲାଲଟିକ୍ରାରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଗ୍ରାମାଂଚଳର ବଲାଙ୍ଗିର ବ୍ଲକ୍ ଡଙ୍ଗାଘାଟରୁ ୧, ବଲାଙ୍ଗିର ବ୍ଲକ୍ ବାରପୁଡ଼ଗିଆରୁ ୧, ବେଲପଡ଼ା ବ୍ଲକ୍ର ପଲ୍ଲୀମାଲରୁ ୪, ପୁଇଁନ୍ତଲା ବ୍ଲକ୍ର ପୁଇଁନ୍ତଲାରୁ ୮, ପୁଇଁନ୍ତଲା ବ୍ଲକ୍ର ଭାଲେର୍ ରୁ ୧, ଦେଓଗାଁ ବ୍ଲକ୍ର ମୁଡ଼ସିଂରୁ ୧ ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

Leave A Reply

Your email address will not be published.