pakka

ଭାଙ୍ଗିଲା ନିମ୍ନମାନର କେନାଲ : ସମସ୍ୟା ଭୋଗୁଛନ୍ତି ଚାଷୀ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଚଳିତବର୍ଷ ପ୍ରଥମ ଥର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ତିଖାଲି ଠାରୁ କେନାଲରେ ପାଣି ଛାଡ଼ିଲା । ପ୍ରଥମ ପାଣିରେ ବାଗବାହଲ୍ ସ୍ଥିତ କେନାଲ ଭାଙ୍ଗିଗଲା । କେନାଲ କାର୍ଯ୍ୟଟି ଅତି ନିମ୍ନମାନର ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏବେ ତାହା ବାସ୍ତବରେ ପରିଣତ ହୋଇଛି । ଗତବର୍ଷ ମଧ୍ୟ ସାଗୁନ୍‌ଭାଡି ଠାରେ କେନାଲ ଭାଙ୍ଗିଯାଇ ଅନେକ ଚାଷୀଙ୍କ କ୍ଷତି ହୋଇଥିଲା । ସେହି ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲା । କେନାଲ ଡିଭିଜନ ନିମ୍ନମାନର କାର୍ଯ୍ୟ କରିବା ଫଳରେ ଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି । କେନାଲ ଠିକାଦାର ଠିକାରେ ନେଇ କାର୍ଯ୍ୟ ଗୁଡ଼ିକୁ ଗ୍ରାମାଞ୍ଚଳ ସ୍ତରର ଠିକାଦାରମାନଙ୍କୁ ୪୦ ପ୍ରତିଶତରେ କାର୍ଯ୍ୟକୁ ବିକ୍ରି କରୁଥିବାରୁ ଅଧିକ ଲାଭ ଆଶାରେ ନିମ୍ନ ମାନର କାର୍ଯ୍ୟ ହେଉଛି । ଏହି ସବୁ ବିଷୟରେ କେନାଲ ଅଧିକାରୀ ଏସ୍‌ଡିଓଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ତାର ସୁଫଳ କିଛିନାହିଁ । ପ୍ରକୃତରେ ଦେଖିବାକୁ ଗଲେ ଏହି ଅଫିସର୍‌ ମାନେ ହିଁ ଦାୟୀ । ବାରମ୍ବାର ଯଦି ଜନସାଧାରଣଙ୍କ ଅଭିଯୋଗକୁ ବେଖାତିର କରାଯାଏ । ଆଗାମୀ ଦିନରେ କେନାଲ ଡିଭିଜନର ଅଫିସରଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

3 × two =

error: Content is protected !!