ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ବ୍ୟାପକ ଟେଷ୍ଟ କ୍ୟାମ୍ପ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଘରୋଇ ବସ୍‌ଷ୍ଟାଣ୍ଡରେ ଭାଗୀରଥି ଛକ ଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ରାସ୍ତା ଅଂଚଳରେ ବସବାସ କରୁଥିବା ସର୍ବ ସାଧାରଣଙ୍କ ପାଇଁ କୋଭିଡ ବ୍ୟାପକ ଟେଷ୍ଟ କ୍ୟାମ୍ପ କାର୍ୟ୍ୟକ୍ରମ କରାଯାଇଛି । ଏହି ଅବସରରେ ଶତାଧିକ ଲୋକଙ୍କ କୋଭିଡ଼ ପରୀକ୍ଷା କରାଇଥିବା କୁହାଯାଇଛି । ପୌରାଞ୍ଚଳ କୋଭିଡ ନୋଡ଼ାଲ ଅଧିକାରୀ ଆସିଷ୍ଟାଣ୍ଟ କଲେକ୍ଟର ବିନୋଦ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ବଲାଙ୍ଗିର ଘରୋଇ ବସ ମାଲିକ ସଂଘ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.