ଶାନ୍ତିପଡ଼ାରେ ମା’ ଦୁର୍ଗାଙ୍କ ଭସାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରେନା କଟକଣା ଭିତରେ ରୀତିନୀତି ଅନୁସାରେ ଶାନ୍ତିପଡ଼ାରେ ନବଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିନା ଭକ୍ତରେ ମା’ଙ୍କୁ ପ୍ରଥମେ ଶାନ୍ତିପଡ଼ା ଭିତରେ ବୁଲେଇବା ପରେ ଭସାଣୀ କରାଯାଇଥିବା କୁହାଯାଇଛି । ପୂଜାର ସହାୟକ ସନ୍ତୋଷ ବେହେରା, ଶାନ୍ତନୁ ମହାକୁର, ଅନିରୁଦ୍ଧ ସାହୁ ତଥା ଅନ୍ୟମାନେ ଏହି ଭସାଣୀରେ ସାମିଲ୍‌ ହୋଇ ମା’ଙ୍କୁ ଚଳିତ ବର୍ଷ ବିଦାୟ ଦେଇଛନ୍ତି ।

Leave A Reply

Your email address will not be published.