ଏସ୍‌ଏସ୍‌ଆର୍‌ଭିଏମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ସ୍କୁଲ ଓ ରାଉରକେଲା ଯୁବ ହଷ୍ଟେଲର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ମୀନାକ୍ଷୀ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତି, ଅଧିକାରୀ ସୁଚିନ୍ଦ୍ରମ ସେନଗୁପ୍ତ, ଶିକ୍ଷୟିତ୍ରୀ ମୋନାଲିସା ପଟ୍ଟନାୟକ, ଯୁବ ହଷ୍ଟେଲ ସଭାପତି ପ୍ରତାପ ସ୍ୱାଇଁ, ଅଧ୍ୟକ୍ଷ ବୁଦ୍ଧଦେବ ବସୁ, ଉପସଭାପତି ଜି ଏନ୍ ଶ୍ରୀବାସ୍ତବ, ସମ୍ପାଦକ ନିରଞ୍ଜନ ବେହେରା, ସରୋଜ ପଟ୍ଟନାୟକ,ସମରକାନ୍ତ ମଲ୍ଲିକ ପ୍ରମୁଖ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଓ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଶତାଧିକ ବୃକ୍ଷ ରୋପଣ କରିଥିଲେ । ଶେଷରେ ଯଶବିନ୍ଦର କୌର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ହଷ୍ଟେଲର ସମସ୍ତ ସଦସ୍ୟ ସଦସ୍ୟା ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.