ଡୁମ୍ବେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପାଇକମାଲ ଅତିରିକ୍ତ ତହସିଲଦାର ହରି ସିଂ ମାଝୀ ଓ ସମ୍ମାନିତ ଅତିଥି ଭାବେ ପାଇକମାଲ ଏବିଇଓ ବିଶିକେଶନ ଶତପଥୀ, ସିଆର୍‌ସିସି ବସୁଦେବ କୁମ୍ଭାର, ସ୍କୁଲ ଚେୟାରମେନ ସୁଶାନ୍ତ ଖୁମୁରୀ ମଞ୍ଚାସୀନ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ର ଜିତେନ୍ଦ୍ର ସାହୁଙ୍କ ପୂର୍ବରୁ ଅଧିକ ଗଛ ରୋପଣ କରି ଗଛ ଗୁଡିକୁ ସୁରକ୍ଷା ଦେଉଥିବାରୁ ବୃକ୍ଷବନ୍ଧୁ ଭାବରେ ସମ୍ମାନିତ କରି ଆର୍ଥିକ ପ୍ରୋତ୍ସାହନ ରାଶି ଅତିରିକ୍ତ ତହସିଲଦାର ଶ୍ରୀ ମାଝୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୫୦୦ ଚାରା ସମସ୍ତ ଛାତ୍ରଛାତ୍ରୀ ସମେତ ଅଭିଭାବକ ଅଭିଭାବିକାମାନଙ୍କୁ ବଣ୍ଟନ କରାଯାଇଥିଲା । ଏଥିରେ ଶିକ୍ଷକ ଡେଜିଲିଙ୍ଗ ଦନ୍ତା,ସୁଦାମ କନ୍ଧେର, ସୌତମ ଛତର ଓ ମୌସୁମୀ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ବାବୁଲାଲ ଧରୁଆ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.