କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ “ଛନେ ଆ” କୋଶଲି କବିତା ବହି ମୁକୁଲାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ଠାରେ ତହଁକ କୁଟୁମ ତରଫରୁ ଆୟୋଜିତ ହୋଇଥିବା ସରବତୀ ମିଶ୍ରଙ୍କ କୋଶଲି କବିତା ସଂକଳନ “ଛନେ ଆ”ର ଉନ୍ମୋଚନ ହୋଇଯାଇଛି । ମୁଖ୍ୟ ଅତିଥି ଡ. ଗୋପବନ୍ଧୁ ରଥ, ସମ୍ମାନିତ ଅତିଥି କବି ଆନଦ ଚନ୍ଦ୍ର ସାହୁ, କବି ନିରଞ୍ଜନ ପଣ୍ଡା, ଲେଖକ ପରିଷଦ ସଂପାଦକ ସୁଶାନ୍ତ ବାଗ, ତହଁକ ସଂପାଦକ ରାଜେଶ ଦଣ୍ଡସେନା ମଞ୍ଚାସୀନ ରହି ପୁସ୍ତକର ମର୍ମତତ୍ୱ ଏବଂ କୋଶଲି ଭାଷାର ଭଣ୍ଡାରକୁ ଅବଦାନ ବାବଦରେ ଆଲୋକପାତ କରିଥିଲେ । ପୁସ୍ତକକୁ କବି ଅର୍ଜୁନ କୁମାର ସାହୁ ସମୀକ୍ଷା କରିଥିବାବେଳେ କବି ସନ୍ଦିପ କୁମାର କୁଅଁର ସଭା ପରିଚାଳନା କରିଥିଲେ । କବୟିତ୍ରୀଙ୍କ କବିତାକୁ ପୂର୍ଣ୍ଣିମା ପଣ୍ଡା, ସୁଷମା ବେହେରା, ଜ୍ୟୋତିର୍ମୟୀ ତ୍ରିପାଠୀ, ଜ୍ୟୋତିରାଣୀ ମିଶ୍ର, ନିର୍ମାଲ୍ୟ ସ୍ଵାଇଁ, ରଶ୍ମି ପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ପରେ ପୁଷ୍ପାଞ୍ଜଳି ମେହେର ଓ କବିତା ମିଶ୍ରଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ କବି କବିତା ପାଠ କରିଥିଲେ । ମିଲନ ପଣ୍ଡା, ମାନସୀ ସାହୁ, ଗୋପାଳ ମେହେର ସହଯୋଗ କରିଥିଲେ । ଶେଷରେ ନଲିନୀପ୍ରଭା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.