pakka

ଜିରା ନଦୀ କୂଳରେ ୪୨୦ ବୃକ୍ଷ ରୋପଣ କଲା ୱାଇଲ୍‌ଡ୍‌ ହାର୍ଟ ସଂଗଠନ

bbehera

ବରଗଡ, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମ୍ଳଜାନର ଅଭାବରୁ କାହାକୁ ମରିବାକୁ ଦିଆ ଯିବନାହିଁ ଏବଂ ‘ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଆମେ ବଂଚିବା’ ନାରାକୁ ପାଥେୟ କରି ଆଗେଇ ଆସିଛି ବରଗଡର ଜଣାଶୁଣା ସଂଗଠନ ୱାଇଲ୍ଡ ହାର୍ଟ ସଂଗଠନ । ସଂଗଠନର ସଭାପତି ଚନ୍ଦ୍ରଭାନୁ ନାୟକଙ୍କ ଆବାହକତ୍ବରେ ଏବଂ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ବୃକ୍ଷ ରୋପଣ ଅଭିଯାନ । ଆଜି ନଦୀପଡା ନିକଟସ୍ଥ ଜିରା ନଦୀ କୂଳରେ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ବରଗଡ ବିଜେପି ବରଗଡ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିବା ବେଳେ ୱାଇଲ୍‌ଡ୍‌ ହାର୍ଟ ସଂଗଠନ ର ଆଇନ ପରାମର୍ଶଦାତା ଆଶୁତୋଷ ରଥ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ପୂର୍ବ ଦିନ ଭଳି ଆଜି ୪୨୦ ଟି ବୃକ୍ଷ ରୋପଣ କରାଯାଇଛି । ଏଥିସହ ନଦୀପଡା ଯୁବଗୋଷ୍ଠୀଙ୍କ ଉଦ୍ୟମରେ ୧୦ଦିନ ହେଲା ଜିରା ନଦୀ ପଠାରେ ୧୦୦୦ ଗାତ କରାଯାଇ ୫୮୦ ଗୋଟି ବୃକ୍ଷ ରୋପଣ କରାଯାଇଛି । ଏହି କାର୍ୟ୍ୟକ୍ରମର ଦ୍ୱିତୀୟ ଦିନରେ ଆଜି ୫୦ ଗୋଟି ଏବଂ ତୃତୀୟ ଦିନରେ ୪୨୦ ଗୋଟି ଗଛ ଲଗାଯାଇଛି । ୱାଇଲଡ ହାର୍ଟର ସଭାପତି ଚନ୍ଦ୍ରଭାନୁ ନାଏକଙ୍କ ସମେତ ସମ୍ପାଦିକା ସୁନିତି ରଥ, ଶିକ୍ଷକ ଉମାକାନ୍ତ ମହାପାତ୍ର, ଗୌରବ ପ୍ରଧାନ, ଫିରୋଜ ପଧାନ, ରାକେଶ ବିଶି, ସାନ ମେହେର, ଆୟୁଷ୍ପାନ ନାଏକ, ବିଶ୍ୱନାଥ ସାହୁ, ଅଭି ବଛା, ରାକେଶ ବିଶି, ରମେଶ ଧାରୁଆ ପ୍ରମୁଖ ଯୋଗ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ । ମହାମାରୀ କରୋନାରେ ଅମ୍ଲଜାନର ଅସୁବିଧା ହେତୁ ଏହି ପରି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ଏହା ସହିତ ୧୦୦୦ ଗଛ ରୋପଣ କରାଯାଇଛି ବୋଲି ଅନୁଷ୍ଠାନର ମହିଳା ପ୍ରମୁଖ ସୁନୀତି ରଥ ଜଣାଇଛନ୍ତି । ମେସିନ ସାହାଯ୍ୟରେ ଗାତ ଖୋଳି ଗଛ ଗୁଡିକୁ ରୋପଣ କରାଯାଇଥିଲା । ଜୀରାନଦୀ କୁଳରେ ଆମ୍ବ, ଲିମ୍ବ, ଗମ୍ଭାରୀ, ଚାଖୁଣ୍ଡା, ତେନ୍ତେଲ, ରକ୍ତ ଚନ୍ଦନ, ଜାମୁ, ପଣସ ଆଦି ବୃକ୍ଷ ରୋପଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

two × four =

error: Content is protected !!