jsm

ସୌନ୍ଦର୍ଯ୍ୟରଣ ପ୍ରକଳ୍ପ ଲୋକାର୍ପଣ କଲେ ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ଖୋଳା ସ୍ଥାନ ସୌନ୍ଦର୍ଯ୍ୟରଣ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି । ସରକାରଙ୍କ କର୍ମତପ୍ତର ଅଭିଯାନ ରାଶିରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ଭୀମ ଭୋଇ ମେଡିକାଲ କଲେଜ ସମ୍ମୁଖ ଲାଲଟିକ୍ରା ଠାରେ ନିର୍ମିତ ହୋଇଛି । ଏହି ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯଦିଓ ଏହି ପ୍ରକଳ୍ପଟି ଏକ ବହୁତ ଛୋଟ ପ୍ରକଳ୍ପ ତଥାପି ମଧ୍ୟ ବଲାଙ୍ଗିର ସୌନ୍ଦର୍ଯ୍ୟରଣ ଦିଗରେ ଏହାର ଭୂମିକା ଅଛି । ଏହି ଜାଗାଟି ଏହି ଅଞ୍ଚଳ ତଥା ଆଖପାଖ ଅଞ୍ଚଳ ଲୋକଙ୍କୁ ନିଶ୍ଚୟ ଆକର୍ଷିତ କରିବ । ବଲାଙ୍ଗିରରେ ଅନେକ ବିକାଶ ମୂଳକ ପ୍ରକଳ୍ପ ଚାଲିଛି, ଯଦି ଏପରି ସହଯୋଗ ରହେ ଆଗାମୀ କିଛି ବର୍ଷରେ ବଲାଙ୍ଗିର ବିକାଶ ତଥା ସୌନ୍ଦର୍ଯ୍ୟରଣ ଦିଗରେ ଆମ ବଲାଙ୍ଗିର ନିଶ୍ଚୟ ଆଗକୁ ବଢିପାରିବ । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ବିପିନ ବିହାରୀ ଦୀପ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ରୋଜାଲିନ୍‌ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଆନ୍ୟମାନଙ୍କ ମଧ୍ୟରେ ମନୀଷ ମିଶ୍ର, ଅସୀତ ମିଶ୍ର, ବୁଲୁ ଦାନୀ, ସାନନ୍ଦ ମିଶ୍ର, କୂଳମଣି ସାହୁ, କୈଳାସ ମିଶ୍ର, ସୁଧାଂଶୁ ମିଶ୍ର, ଲୋପନ ମିଶ୍ର, ଅଙ୍କିତ ସାହୁ, ଅମିୟ ବଗର୍ତ୍ତି, ଟୁଲୁ ସେନ, ଓମ୍‌ ରାଉତ, ରମଣୀ ନାଏକଙ୍କ ସହ ଅନେକ ସ୍ଥାନୀୟ ମହିଳା ପୁରୁଷ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.