ଦୁର୍ଘଟଣାରେ ବୟସ୍କ ବ୍ୟକ୍ତି ଗୁରୁତର ଆହତ

ପଦ୍ମପୁର,(ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅନ୍ତର୍ଗତ କେର୍ମେଲାବାହାଲ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବୟସ୍କ ବ୍ୟକ୍ତି ଗୋଡରେ ଗୁରୁତର ଆହତ ହୋଇଛନ୍ତି । ମିଲିଥିବା ସୂଚନା ଅନୁସାରେ ପଦ୍ମପୁରରୁ ପାଇକମାଲ ଅଭିମୁଖେ ଯାଉଥିବା ଏକ ମୋଟର ସାଇକଲ କେର୍ମେଲାବାହାଲ ଛକ ନିକଟରେ ରାସ୍ତାର ଡିଭାଇଡ଼ର ପଲସଦା ପଞ୍ଚାୟତ ଡୁଙ୍ଗୁରିପାଲି ଗାଁର ୫୦ ବର୍ଷ ବୟସ୍କ ଭୂବନେଶ୍ୱର ସାହୁଙ୍କ ଗୋଡରେ ଜୋରରେ ଆଘାତ ଲାଗିଥିଲା । ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଛି ।

Leave A Reply

Your email address will not be published.