csstore

ଦେଓଗାଁ ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେରଙ୍କ ଦ୍ୱାରା ଦେଓଗାଁ ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଉଦଘାଟିତ ପ୍ରକଳ୍ପ ମଧ୍ୟରେ ସାଲେପାଲି ପଞ୍ଚାୟତର କୁଲିହାବାହାଲ କଲୋନି ପଡ଼ାର ଗୋଷ୍ଠୀ କେନ୍ଦ୍ର, ଉପରଝର ପଞ୍ଚାୟତ ନୂଆଁପାଲି ମଲ୍ଲିକ ପଡ଼ାର କମ୍ୟୁନିଟି ସେଣ୍ଟର ଓ ମିଶନ ଶକ୍ତି ଗୃହ, ମହଲାଇ ପଞ୍ଚାୟତ ବଗଡ଼ା ହରିଜନ ପଡ଼ାର କମ୍ୟୁନିଟି ସେଣ୍ଟର, ମହଲାଇ ପଞ୍ଚାୟତ ହଲିଦିପାଲ ଗାଁରେ ପଞ୍ଚାୟତ ଦ୍ୱାରା କରାଯାଇଥିବା ଟ୍ରିଟ ଲାଇଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିବା ବେଳେ ମହଲାଇ ପଞ୍ଚାୟତ ବଗଡ଼ା ଗାଁ ମିର୍ଦ୍ଧାପଡ଼ାରେ ୧୦ଲକ୍ଷ ଟଙ୍କାରେ ହେବାକୁ ଥିବା କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ବିଜୁ ଯୁବ ଜନତା ଦଳର ସଭାପତି ଶୈଲେନ୍ଦ୍ର ସାହୁ, ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସାଲେପାଲି ସରପଞ୍ଚ ନିଳାଞ୍ଚଳ କୁଅଁର, ଉପରଝର ସରପଞ୍ଚ ପ୍ରମୋଦିନୀ ନାଏକ, ସମିତି ସଭ୍ୟ ବୀଣା ବିଶ୍ୱାଲ ମହଲାଇ ସରପଞ୍ଚ ତନୟା ସାହୁ, ସମିତି ସଭ୍ୟ ଦିଲିପ ମହାନ୍ତି ସହ ଧୁବଲେଶ୍ୱର ନାଏକ, ତ୍ରିଲୋଚନ ସିଂଚିନ୍ଦା, ଛବିଳ ଚିନ୍ଦା, ଗୋପ, ନାରାୟଣ ସାହୁ, ଅନଙ୍ଗ ପଧାନ, ବିପିନ ମିର୍ଦ୍ଧା, ଘନଶ୍ୟାମ ଭୋଇ ସମେତ ବିଭିନ୍ନ ସ୍ୱୟଂ ସହାୟକ ଦଳର ମହିଳାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.