jayashree

ବଲାଙ୍ଗିରରେ ଆୟୁଷ ଛାତ୍ରଛାତ୍ରୀଙ୍କ ବ୍ଲାକ ଡେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ୨୭କୁ ବ୍ଲାକ ଡେ ଭାବେ ପାଳନ କରିଛନ୍ତି ବଲାଙ୍ଗିରର ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ । ବିଭିନ୍ନ ଦାବି ପୂରଣକୁ ନେଇ ୨୦୨୩ ମସିହାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ ଆୟୁଷ ଡାକ୍ତର ଓ ଛାତ୍ରଛାତ୍ରୀ । ତେବେ ସେମାନଙ୍କ ଅଭିଯୋଗ ଅନୁସାରେ, ଦାବି ଶୁଣିବା ପରିବର୍ତ୍ତେ ପୁଲିସ ଜୋରଜବରଦସ୍ତ ଧାରଣାସ୍ଥଳରୁ ଉଠାଇ ଦେଇଥିଲେ । ସେହି ଘଟଣାକୁ ମନେପକାଇ ଆଜି ବଲାଙ୍ଗିରରେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନେ ସକାଳୁ ବୃକ୍ଷରୋପଣ କରିଛନ୍ତି । ଏହାସହ ସେପ୍ଟେମ୍ବର ୨୭କୁ ବ୍ଲାକ ଡେ ଭାବେ ପାଳନ କରି ନିଜ ଦାବି ଓ ୨୦୨୩ର ଆନ୍ଦୋଳନକୁ ସ୍ମରଣ କରିଛନ୍ତି ।

Leave A Reply

Your email address will not be published.