oom

ବିଜେପିର ଗାଁକୁ ଚାଲ ଅଭିଯାନରେ ସାମିଲ ହେଲେ ଶତାଧିକ ଗ୍ରାମବାସୀ : ଅନ୍ୟ ଦଳର କର୍ମୀମାନେ ବିଜେପିରେ ହେଲେ ସାମିଲ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର ଚୁଡାପାଲି ମଣ୍ଡଳ ଅଧୀନରେ ଥିବା ଝାଙ୍କର ପାଲି ଗାଁରେ ବିଜେପି ପକ୍ଷରୁ ଗାଁକୁ ଚାଲ (ବୁଥ୍‌କୁ ଚାଲ) ଅଭିଯାନ ପାଇଁଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ଦଳ ପକ୍ଷରୁ ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିକୁ ପାଳନ କରାଯିବା ସହ ଆାଗାମୀ ନିର୍ବାଚନରେ ବିଜେପି ଯେପରି ସାରା ଦେଶରେ ବହୁମତରେ ବିଜୟ ଲାଭ କରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଏହି ଅବସରରେ ଅନ୍ୟ ରାଜନୈତିକ ଦଳର ବହୁ କର୍ମକର୍ତ୍ତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ବିଜେପି ନେତା ପୀତାମ୍ବର ଖମାରିଙ୍କ ସଂଯୋଜନା ତଥା ନରେଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାରର କାର୍ଯ୍ୟକାଳ ମଧ୍ୟରେ ବିକାଶର ଏକ ନୂଆଁ ଲହର ସୃଷ୍ଟି ହୋଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପିର କର୍ମକର୍ତ୍ତା ରାଧେଶ୍ୟାମ ସାହୁ, ଜୟକୃଷ୍ଣ ସାହୁ, ସତ୍ୟ ନାରାୟଣ ରାଉତ, ଖିତେଇ ପଟେଲ, ନୀଳମଣି ସେଠ୍, ସନ୍ୟାସୀ ଭୋଇ, ସୁଶାନ୍ତ ପଟେଲ, ପ୍ରହଲ୍ଲାଦ ରଣା, ଜଗଦୀଶ ଥନାପତି, ଦିବ୍ୟ ମେହେର, ଦେବଦତ୍ତ ସେଠ୍, ଗଜେନ୍ଦ୍ର ତ୍ରିପାଠୀ, ଦୀନବନ୍ଧୁ ଜୁଏଡ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

jittmm
Leave A Reply

Your email address will not be published.