ମୁରିବାହାଲରେ ବିଜେଡିର ସଦସ୍ୟତା ଗ୍ରହଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଅଧିନସ୍ଥ ଖରାଲି ଗ୍ରାମ ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମନ୍ଦିର (ରହେନଚୁଆ ମୁଣ୍ଡା) ପର୍ଯ୍ୟଟନ କ୍ଷେତ୍ରଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ଆହ୍ୱାନ କ୍ରମେ ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଓ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବଲାଙ୍ଗିର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସ୍ୱର୍ଗତ ଫିରୋଜ ଖାନଙ୍କ ଅମର ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉପସ୍ଥିତ ଅତିଥିଙ୍କ ମଧ୍ୟରେ ମାଲିଶିରା ସରପଞ୍ଚ ଦେବରାଜ ପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମହେଶ ପୁଟେଲ, ସବ୍ୟସାଚି ବେହେରା, ଧନଞ୍ଜୟ ମହାନନ୍ଦ, ଯୁବ ବିଜେଡି ସମ୍ପାଦକ ମାନସ କୁମାର ଖମାରୀ, ପୂର୍ବତନ ସରପଞ୍ଚ ଦୁଳମଣି ବାଗ, କ୍ଷିତିପତି ମହାକୁର, ଯୁଧିଷ୍ଠିର ଭରାସାଗରିଆ, କଷ୍ୟପ ସରାଫ, ଅଗସ୍ତି ବାଗ, ଈଶ୍ୱର ବେହେରା, ଦିଲିପ ମହାନନ୍ଦ, ମଳୟ ପୁଟେଲ, ଗୁପ୍ତେଶ୍ୱର ବିଭାରଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଦିଲ୍ଲୀପ କୁମାର ପୃଷ୍ଟି ସଭା ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.