ଟିଟିଲାଗଡରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହେଲା ଜନ ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶାରେ କୋରୋନା ବୃଦ୍ଧିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଥିବ ବେଳେ ଆଜି ସକାଳ ୧୦:୩୦ ସମୟରେ ଟିଟିଲାଗଡର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କରୋନା ଭୂତାଣୁର ସଂକ୍ରମଣ ବିଷୟରେ ସଚେତନ କରିବାକୁ ଏକ ଜନ ସଚେତନ ରଥକୁ ସବୁଜ ପତକା ଦେଖେଇ ଶୁଭାରମ୍ଭ କରିଥିଲେ । ଟିଟିଲାଗଡ ବିଜୁ ଜନତା ଦଳର ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଏହି ରଥ ଟିଟିଲାଗଡ ସହର ସମେତ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ମାସ୍କ ବଣ୍ଟନ କରିବା । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ଆଦି ବାର୍ତ୍ତା ପ୍ରଦାନ କରିବା । ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଲୋକଙ୍କୁ ମାସ୍କ ଓ ଲିଫଲେଟ ବଣ୍ଟନ କଲେ । ଏହି ସଚେତନତା ରଥ ଟିଟିଲାଗଡ, ସଇଁତଲା ଓ ଗୁଡଭେଲା ବ୍ଳକ ଆଦି ଅଞ୍ଚଳରେ ବୁଲି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି ।

Leave A Reply

Your email address will not be published.