csstore

ଅନନ୍ତ କୁମାର ସାହୁଙ୍କ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ତଥା ଟିକ୍ରାପଡା ନିବାସୀ ଅନନ୍ତ କୁମାର ସାହୁ (୭୧)ଙ୍କ ଗତ ରାତିରେ ବିୟୋଗ ହୋଇଯାଇଛି । ଦୀର୍ଘ ଦିନ ହେଲା ସେ ଭୁବନେଶ୍ୱରସ୍ଥିତ ଏମ୍ରି ହସ୍‌ପିଟାଲ ଠାରେ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରୁ ବଲାଙ୍ଗିରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ମୃତ୍ୟୁ ସମୟରେ ସହଧର୍ମିଣୀ ଜ୍ୟୋସ୍ନାମୟୀ, ଝିଅ ମଧୁଛନ୍ଦା, ସୁନନ୍ଦା, ସୁନୀତା ଓ ସୁପ୍ରୀୟା ସହ ଜ୍ୱାଇଁ ଭକ୍ତଚରଣ ସାହୁ, ବିଶ୍ୱ ପ୍ରକାଶ ସାହୁ ଓ ରୋହିତ ସାହୁ ଉପସ୍ଥିତ ଥିଲେ । ଆଜି ସକାଳୁ ତାଙ୍କ ବାସଭବନରେ ପରିବାର, ବନ୍ଧୁ ତଥା ପଡାବାସୀଙ୍କ ସମାବେଶରେ ଶୋକର ଛାୟା ଖେଳିଯାଇଥିଲା । ସ୍ଥାନୀୟ ବିଭୁତିପଡାସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥବା ବେଳେ ପୁତୁରା ଚିନ୍ମୟ ସାହୁ ମୁଖାଗ୍ନି ଦେଇଥିଲେ । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟତିତ ଗୁଡିଆ ସମାଜର ଜିଲ୍ଲା ସଭାପତି ମନୋରଂଜନ ସାହୁ, ସାଧାରଣ ସଂପାଦକ ଜୟକୃଷ୍ଣ ସାହୁ, ରମେଶ ଚନ୍ଦ୍ର ସାହୁ, ଡା. ସତ୍ୟନାରାୟଣ ସାହୁ, ପ୍ରଦୀପ ଚୋପଦାର, ସୌମ୍ୟଦିପ ସରାଫ, ପରକ୍ଷିତ ସାହୁ, ମନୋଜ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.