jayashree

ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୌରାଞ୍ଚଳର ୭ ନମ୍ବର ୱାର୍ଡ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ଓ ଆଇନଜୀବୀ ରମଣୀ ରଞ୍ଜନ ବେହେରାଙ୍କ ପିତା, ସ୍ଥାନୀୟ ‘ବେହେରା ପାନ ଭଣ୍ଡାର’ର ପ୍ରତିଷ୍ଠିତ ବ୍ୟବସାୟୀ ଅଙ୍ଗଦ ବେହେରାଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ହୃଦ୍‌ରୋଗଜନିତ ସମସ୍ୟା ଯୋଗୁଁ ସ୍ୱର୍ଗତ ବେହେରା କିଛିଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ସ୍ୱର୍ଗତ ବେହେରା ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବରଗଡ଼ ସହର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ଆଇନଜୀବୀ, ବ୍ୟବସାୟୀ ଓ ଶୁଭେଚ୍ଛୁ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଜୀରାନଦୀ କୂଳସୂର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ବଡ଼ ପୁଅ ରମଣୀ ରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ବେହେରା ତାଙ୍କ ପଛରେ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ବେହେରା, ଦୁଇ ପୁଅ ରମଣି ରଞ୍ଜନ ଓ ମାନସ ରଞ୍ଜନ, ଦୁଇ ବୋହୂ, ଝିଅ, ଜ୍ୱାଇଁ ଏବଂ ନାତି-ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି ।

Leave A Reply

Your email address will not be published.