ରାଉରକେଲା, (ସସ୍ମିତା ପ୍ରଧାନ) : ପାଗ ଅନୁକୂଳ ହେତୁ ସହରରେ ଧୁମ୍ଧାମ୍ରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ବଡ଼ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାଉରକେଲା ଡେକୋରେଟର ଆଣ୍ଡ ଟେଣ୍ଟ ଓନର୍ସ ୱଲଫେୟାର ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳା ନିକଟରେ ପ୍ରସାଦ ଓ ପାନୀୟ ଜଳ ବିତରଣ କରାଯାଇଥିଲା । ଆସୋସିଏସନ୍ ପକ୍ଷରୁ ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକ, ସମ୍ପାଦକ ତନ୍ମୟ କୁମାର ଷଡଙ୍ଗୀ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ ବଳ, ରାଜପାଲ ସିଂ, ଟି. ପ୍ରସାଦ ରାଓ, ବାଣେଶ୍ୱର ପ୍ରସାଦ, ରାମଚନ୍ଦ୍ର ଦାସ, ହରି ପଣ୍ଡା ମାଇତି, ସରୋଜ ନନ୍ଦ, ବିନି କୁମାର ସିଂ, ଦୁର୍ଯ୍ୟୋଧନ ବେହେରା, ଗୋପୀ ପ୍ରଧାନ, ରବି ମହାରଣା, ରାକେଶ ପଣ୍ଡା, ବାବୁଲି ପାଣିଗ୍ରାହୀ, ରମେଶ ସେଠୀ ପ୍ରମୁଖଙ୍କ ସହ ସ୍ୱେଚ୍ଛାସେବୀ ମାନେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
