jsm

ବିଶ୍ୱଶାନ୍ତି ମହିମା ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପାଇଁ ବୈଠକ ଅନୁଷ୍ଠିତ

csstore

କଳାହାଣ୍ଡି, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସାନପୋଡାଗୁଡା ଗ୍ରାମ ପଞ୍ଚାୟତର ମଙ୍ଗଳପୁର ଠାରେ ବି‌ଶ୍ୱଶାନ୍ତି ମହିମା ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ମାର୍ଚ୍ଚ ଶୁକ୍ରବାରକୁ ହେବାକୁଥିବା ତିନି ଦିନିଆ ବି‌ଶ୍ୱଶାନ୍ତି ମହିମା ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପାଇଁ ଆଜି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଙ୍ଗରାଜ ନାଗଙ୍କ ଅଧ୍ୟକ୍ଷତାରେ ସଭା କାର୍ୟ୍ୟ ପରିଚାଳନା କରାଯାଇ, ଅଞ୍ଚଳବାସୀଙ୍କ ସହ ଗ୍ରାମବାସୀ ଆଳୋଚନାରେ ଶାନ୍ତି ଶୃଙ୍ଖଳା ସହିତ ସମସ୍ତ ଅତିଥିଙ୍କ ସେବା, ପ୍ରତ୍ୟେକଙ୍କ ଦାୟିତ୍ଵ ସୂଚାରୁରୂପେ ପାଳନ କରି ଧାର୍ମିକ ନୀତି ଅବଳମ୍ବନ କରିବା ସହ ବ୍ରହ୍ମ ନାମ ଶ୍ରବଣ କରି ପାପ ମୋଚନ କରିବା ନିମିତ୍ତ ସମସ୍ତଙ୍କୁ ନିବେଦନ କରାଯାଇଥିଲା । ବୈଠକରେ ପରିକ୍ଷିତ ଧରୁଆ ଓ ରସିକଲାଲ ନାଗଙ୍କ ବିଶେଷ ସର୍ମଥନ ପରେ ସଭାକାର୍ୟ୍ୟ ସମାପନ କରାଯାଇଥିଲା ।

yuvodaya
Leave A Reply

Your email address will not be published.