ବୀର୍ସା ମୁଣ୍ଡା ଜୟନ୍ତୀ ପାଳିତ : ବୀର୍ସା ମୁଣ୍ଡାଙ୍କୁ ଭାରତ ରତ୍ନ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପୌରାଂଚଳ ବଲାଙ୍ଗିର ଓ ଆଦିବାସୀ କଲ୍ୟାଣ ସଂଘ ଅନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିକାରୀ ସହିଦ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସହିଦ ବୀର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ଓ ପୁସ୍ପ ମାଲ୍ୟାର୍ପଣ ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସହିଦ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନ ଓ ଭାରତ ସ୍ୱାଧୀନତା ପାଇଁ ତାଙ୍କର ମହାନ ଅବଦାନ ବିଷୟ ସହ ଭାରତରତ୍ନ ପ୍ରଦାନ ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଯୁବ ଗୋଷ୍ଠୀଙ୍କୁ ସହିଦ ବିର୍ସା ମୁଣ୍ଡା କିପରି ସମସ୍ତଙ୍କୁ ସଂଗଠିତ କରି ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ, ସେହିପରି ଅନ୍ୟୟ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ ଅତିଥି ମାନେ ଆହ୍ୱାନ ଦେଇଥିଲେ । ଏହି ସଭାରେ ଜିଲ୍ଲା ଉପସଭାପତି ଆଦିକନ୍ଦ ଭୋଇଙ୍କ ସଭାପତିତ୍ୱରେ ମହାସଚିବ ନୃପ ଭୋଇ ସ୍ୱାଗତ କରିଥିଲେ । କୋଷାଧକ୍ଷ ମନୋଜ କୁମାର ପୁଟା ସଭା ପରିଚାଳନା କରିଥରବା ବେଲେ ରାଜ୍ୟ ଶିକ୍ଷା ମହାସଚିବ ମୀନକେତନ ମାଝୀ ମୁଖ୍ୟ ଅତିଥି, ରଷ୍ଟ୍ରୀୟ ସଭ୍ୟ ଗଣେଷ ମାଝୀ ମୁଖ୍ୟ ବକ୍ତା, ଅଧ୍ୟାପକ କୌତୁକ ପନ୍ଦର ସମ୍ମାନିତ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ପ୍ରେମରାଜ ଭୋଇ, ଉମେଶ ଚନ୍ଦ୍ର ନାଏକ, ଶ୍ରୀକର ଧରୁଆ,ପୂର୍ଣ୍ଣଚନ୍ଦ୍ର ବଡକା, ଶମ୍ଭୁ ଭୂଷଣ ଗଡନାୟକ, ରାମପ୍ରସାଦ ଭୋଇ, ଅଧ୍ୟାପକ ହୃଷିକେଶ ଦାସ, ମଂଚାସୀନ ଥିଲେ । ବରିଷ୍ଠ ସଦସ୍ୟ ଦଇତ ଧରୁଆ ଧନ୍ୟବାଦ ପ୍ରଦାନ କରିଥିଲେ ଓ କୁଷ୍ଣ ଧରୁଆ, ପ୍ରମେଦ ମଲ୍ଲିକ ପ୍ରମୁଖ ସହେଯାଗ କରିଥିଲେ ।

Leave A Reply

Your email address will not be published.

ten − eight =