om academy

ବିଜେପି କୃଷକ ମୋର୍ଚ୍ଚାରୁ ୧୩ ତାରିଖ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ତୀବ୍ର ବିରୋଧ କରାଯିବ : ଶ୍ରୀକାନ୍ତ ମିଶ୍ର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୩ ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତକୁ ଭାରତୀୟ ଜନତା ପାର୍ଟି ଜିଲ୍ଲା କୃଷକ ମୋର୍ଚ୍ଚା ତୀବ୍ର ବିରୋଧ କରିବ ବୋଲି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଆଜି ଯାଏ ମୁହଁ ବନ୍ଦ କରି ରଖିଥିବା ବେଳେ ବିଜେପୁର ଗ୍ରସ୍ତ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନ ୨୦୧୯ରେ ବିଜେପୁର ବିଧାନ ସଭା ନିର୍ବାଚନ ଲଢି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ସେ ସମୟରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତାଦଳ ତରଫରୁ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହା ଆଜିଯାଏ ପୁରଣ ହୋଇ ପାରିଲା ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ପନିପରିବାର ଉତ୍ପାଦନ ପାଇଁ ବିଜେପୁର ଅଞ୍ଚଳ ପ୍ରସିଦ୍ଧ ଥିବା ବେଳେ ଗୋଟିଏ ମଧ୍ୟ ଶୀତଳ ଭଣ୍ଡାର ସ୍ଥାପନ କରାଗଲା ନାହିଁ, ନୂତନ ସିଏଚ୍‌ସି ସରକାର ଗଠନ କଲେ କିନ୍ତୁ କୌଣସି ଡାକ୍ତରଖାନାରେ ଡାକ୍ଟର ସରକାର ଯୋଗାଇଲେ ନାହିଁ, ଗତ ୪ ବର୍ଷ ବିଜେପୁର ଅଞ୍ଚଳର ଚାଷୀମାନେ ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଖନନ ପାଇଁ ହଜାର ହଜାର ଚାଷୀ ୨୦ ହଜାର ଟଙ୍କା ଜମା କରିଥିଲେ ମଧ୍ୟ ଆଜିଯାଏ ଏହା ପୂର୍ଣ୍ଣାଙ୍ଗ ହେଲା ନାହିଁ, ଧାନ କିଣାବିକା ବେଳେ ବିଜେପୁର ଅଞ୍ଚଳ ସମସ୍ତ ମଣ୍ତିରୁ ମିଲର୍ସମାନେ ପ୍ରତି କ୍ବିଣ୍ଟାଲରୁ ୮ / ୧୦ କେଜି କଟନି ଛଟନି କରି ଚାଷୀଙ୍କୁ ଲୁଟ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବ ଦ୍ରଷ୍ଟା ସାଜିଲେ । ଏହି ସମସ୍ତ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ତୀବ୍ର ବିରୋଧ କରାଯିବା ସହ ପ୍ରତିବାଦ ସ୍ବରୂପ କଲାପତାକା ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେବା ସହ ଏଥିପାଇଁ ଜିଲ୍ଲା କୃଷକ ମୋର୍ଚ୍ଚାର ଏକ ସ୍ଵତନ୍ତ୍ର ବୈଠକ ଆସନ୍ତା ତା ୧୧/୧୧ ରିଖ ଦିନ ଶ୍ରୀ ମିଶ୍ର ବିଜେପୁର ପଥର୍ଲା ଗ୍ରାମରେ ଆହୁତ କରିଛନ୍ତି ।

Leave A Reply

Your email address will not be published.