om academy

୭ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ରିଟେଲର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲା ରିଟେଲର ମହାସଂଘ ପକ୍ଷରୁ ସୋମବାର ପ୍ରଦତ୍ତ ହୋଇଛି । ସର୍ବଭାରତୀୟ ଡିଲରର୍ସ୍ ଫେଡେରସନର ନିଷ୍ପତ୍ତି କ୍ରମେ ଓଡିଶା ରିଟଲେର ମହାସଂଘର ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ-ଯୋଜନାରେ ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ ପ୍ରଦାନ କରିବା, ଇ-ପୋସ ମେସିନର ବ୍ୟବହାରିକ ଖର୍ଚ୍ଚ ବକେୟା ଅର୍ଥ ପ୍ରଦାନ କରିବା, କରୋନା ସମୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପାରିଶ୍ରମିକ ଅର୍ଥ ଓ ଆକସ୍ମିକ ମୃତ୍ୟୁବରଣ କରିଥିବା ପରିବାରକୁ ପୁନଃ ନିଯୁକ୍ତି ପ୍ରଦାନ କରିବା, କରୋନାରେ ମୃତ୍ୟୁ ବରଣ କରିଥିବା ଡିଲରଙ୍କୁ ଅନୁକମ୍ଫାମୂଳକ କ୍ଷତିପୂରଣ ପ୍ରଦାନ କରିବା ଏବଂ ଡିଲର ମାନଙ୍କର ବକେୟା ଅର୍ଥ ପ୍ରଦାନ କରିବା, ଗୋଟିଏ ଦେଶ, ଗୋଟିଏ ରେସନ ଖୁବଶୀଘ୍ର ପ୍ରଚଳିତ କରିବା ଏବଂ ଗୋଟିଏ ନିୟମ କାନୁନ୍ ଖାଦ୍ୟ ଯୋଗାଣ ବିଭାଗ ଦ୍ୱାରା ପ୍ରଣୟନ କରିବା, ଚାଉଳ ଓ ଗହମ ଏକ କ୍ୱିଣ୍ଟାଲ ପ୍ରତି ୧ କିଲୋ ସଟେଜ୍ ଏବଂ ଶହେ ଲିଟର କିରୋସିନି ପ୍ରତି ୧ ଲିଟର ଲିକେଜ୍ ପ୍ରଦାନ କରିବା ଏବଂ ଏକକାଳୀନ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଖାଦ୍ୟ ସାମଗ୍ରୀ ପ୍ରେରଣ କରିବା ପ୍ରମୁଖ ଦାବୀ ନେଇ ସୋମବାର ଗଞ୍ଜାମ ଜିଲ୍ଲା ରିଟେଲର ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ହୋଇଛି । ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱରରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରାଜଧାନୀ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।


ସ୍ୱାକ୍ଷରିତ ହୋଇଥିବା ଏକ ଲିଖିତି ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ଈଶ୍ୱର ମହାନ୍ତି, ସମ୍ପାଦକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଉପସଭାପତି ଏସ.ତ୍ରିନାଥ ରେଡ୍ଡୀ ଓ ନିରଞ୍ଜନ ପଲାଇ, ଶ୍ରୀମତୀ ଜି.ଯମୁନା ରେଡ୍ଡୀ, ଶ୍ରୀମତୀ ପ୍ରମୋଦା ପାଢ଼ୀ, (ବ୍ରହ୍ମପୁର) ରାଜେନ୍ଦ୍ର କୁମାର, ରବୀନ୍ଦ୍ର ନାଥ ସେଠୀ, ପି. ଜଗଦୀଶ ପାତ୍ର, ପ୍ରକାଶ ଚନ୍ଦ୍ର ପାତ୍ର, କେ. ମଧୁସୂଦନ, ଆର. ହରିବାବୁ, ସନ୍ତୋଷ କୁମାର ଗୌଡ଼, ଆର. ହରିବାବୁ, ଅରକ୍ଷିତ ପ୍ରଧାନ, ସନ୍ଦୀପ କୁମାର ଭୂତ, କେ. ନାରସୁମୁଲ ମୂର୍ତ୍ତି, କାଳୁ ଚରଣ ବେହେରା, ପୀତବାସ ପଟ୍ଟନାୟକ, ପୁଷ୍ପାଞ୍ଜଳି ମହାନ୍ତି, ଭାସ୍କର ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ଏନ୍‌ଏସି, ହିଞ୍ଜିଳି ମୁନିସିପାଲିଟି ଓ ବ୍ରହ୍ମପୁର ମହାନଗର ନିଗମର ରିଟେଲର ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ସଭାପତି ଈଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ ମାନେ ବିଭିନ୍ନ ଦାବୀ ନେଇ ସ୍ଥାନୀୟ ଡିଆର୍‌ଡିଏ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.