p purohi

ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ତରଫରୁ ବନ ମହୋତ୍ସବ ପାଳିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ତରଫରୁ ଶିବତଲା, ଲୁଚକିବନ୍ଧ, ରଘୁମଣିପାଲି ସ୍ଥିତ ହରଗୌରୀ ମନ୍ଦିର ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥି ଓ ନିମନ୍ତ୍ରିତ ଅତିଥିମାନଙ୍କୁ ନେଇ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ ସମାପନ ହୋଇଥିଲା । ତତ୍ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଶିବତଲା ଗ୍ରାମ ସରପଂଚ ଶ୍ରୀମତୀ ଶୁଭଶାନ୍ତି ମାଝୀ, ସମିତି ସଭ୍ୟା ଶ୍ରୀମତୀ ଭାନୁମତୀ ଛତ୍ରିଆ, ପ୍ରାଣୀଧନ ନିରୀକ୍ଷକ ଉଦୟ ଚନ୍ଦ୍ର ପାତ୍ର ଅତିଥି ଭାବରେ ମଂଚାସୀନ ଥିବା ବେଳେ ହେମସାଗର ମାଝୀ, ଭୋଜରାଜ ବେହେରା, ଗୋପାଳ ବେହେରା, ସାନ୍ତନୁ ରଣା, ଛବିଳ ପୂଜାରୀ, ବଳରାମ ସାହୁ ମଂଚାସୀନ ଥିଲେ । ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟିର ସଂପାଦକ ହୋଲିଶ୍ୱର ଧରୁଆ ସଭା ପରିଚାଳନା କରିଥିବା ବେଳେ ସଭାପତି ଚନ୍ଦ୍ରଶେଖର ବେହେରା, ଉପସଭାପତି ନବୀନ ସାହୁ, ସହ ସଂପାଦକ ଗିରିଧାରୀ ମାଝୀ ତଥା ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । ସୁରେନ୍ଦ୍ର ସେଠଙ୍କ ସୌଜନ୍ୟତାରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଶିବତଲା ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଥମ ତିନି କୃତି ଛାତ୍ରଛାତ୍ରୀଙ୍କୁ ଏବଂ ଗତ ବର୍ଷ ନବୋଦୟ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇଥିବା ଜ୍ଞାନଚନ୍ଦ୍ର କୁମୁରାଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ପୁନଶ୍ଚ ବଲାଙ୍ଗିର ‘ପହରା’ ଗଣମାଧ୍ୟମର ପ୍ରତିନିଧି ଶ୍ରୀମତୀ ଶ୍ୱେତା ପଣ୍ଡା ମଧ୍ୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.