pr

ଡେଲାଙ୍ଗ ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବହୁ ଚର୍ଚ୍ଚିତ ସନ୍‌ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ସ୍ୱର୍ଗତ ମମିତାଙ୍କ ପାଇଁ ନ୍ୟାୟ ଦାବୀରେ ବିଜେପି ପକ୍ଷରୁ ଡେଲାଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରଯାଇଛି । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିକ୍ଷୋଭ କରାଯାଇଥିଲା । ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାର କାହିଁକ ବହିଷ୍କୃତ କରୁନାହାନ୍ତି, ତୁରନ୍ତ ତାଙ୍କର ଇସ୍ତଫା ଓ ଏହାର ସିବିଆଇ ତଦନ୍ତ କରଯାଉ ବୋଲି ବିଜେପି ନେତା ଅଭିଭାଷଣ ରଖିଥିଲେ । ଏଥିରେ ଘଣ୍ଟ ଘୋଡ଼ାଇ ଥିବା ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସହ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ବିଜେପି କର୍ମୀମାନେ ଦାହ କରିଥିଲେ । ଏଠାରେ ବେରବୋଇ ମଣ୍ଡଳ ସଭାପତି ସୁଧାଂଶୁ ପରିଡା, ଘୋରଡିଆ ମଣ୍ଡଳ ସଭାପତି ଲଡୁ ରାୟ, ଗଡ ମୋଟରୀ ମଣ୍ଡଳ ସଭାପତି ଶ୍ଵେତ ନାୟକ, ପ୍ରଫୁଲ୍ଲ ଜେନା, ଅଶୋକ ପ୍ରଧାନ, ନୀଲୁ ଜେନା, ମାନସ ସାହୁ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.