ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ସ୍ଥିତ ଶ୍ରୀ ଶ୍ରୀନୃସିଂହନାଥ ଠାରେ ଥିବା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି ରବିନାରାୟଣ ସାହୁଙ୍କ ପକ୍ଷରୁ ଏକ ମାସ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ । ଶ୍ରୀ ସାହୁ ସମସ୍ତ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କ ସ୍ଵାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । କୋରୋନା ମହାମାରୀ ବିପତ୍ତିରୁ କିପରି ରକ୍ଷା ପାଇବେ ସେ ସଂପର୍କରେ ସଚେତନ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ । ସେ ଗତବର୍ଷ ମଧ୍ୟ ଏହି କରୋନା ବିପତ୍ତି କାଳର ଘଡିସନ୍ଧି ମୂହୁର୍ତ୍ତରେ ମଧ୍ୟ ଅଞ୍ଚଳରେ ଥିବା ଅନେକ ଅସହାୟ ଗରିବ ବୃଦ୍ଧବୃଦ୍ଧା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥାନ୍ତି । ଶ୍ରୀ ସାହୁ ଆଜି ବୃଦ୍ଧାଶ୍ରମ ପରିଦର୍ଶନ କରିବା ଅନ୍ତେବାସୀଙ୍କ ସହ କିଛି ସମୟ ବିତାଉଥିଲେ । ଅନ୍ତେବାସୀଙ୍କଠାରୁ ଆର୍ଶୀବାଦ ଭିକ୍ଷା କରିବା ସହ ନିଜକୁ ଧନ୍ୟ ମନେ କରିଥିଲେ । ତାଙ୍କର ଏପରି ମହତ୍ କାର୍ଯ୍ୟ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.