csstore

ବିଶ୍ଵ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜେତା ଅମିୟ ପ୍ରଧାନଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ ଡେନ ଠାରେ କ୍ଲବ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାୟନସ ଡେନ ଠାରେ ବିଶ୍ଵ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଟିଟିଲାଗଡ଼ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ଶିକ୍ଷକ ଅମିୟ କୁମାର ପ୍ରଧାନଙ୍କ ସଫଳତା ପରେ ସହରର ଅଗ୍ରଣୀ ସମାଜସେବୀ ସଂଗଠନ ଲାୟନ୍ସ କ୍ଲବ, ଲିଓ କ୍ଲବ, ଜେସିଆଇ ଟିଟିଲାଗଡ଼ ସିଟି ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନର ଚିଫ କୋର୍ଡିନେଟର ନବୀନ ଚନ୍ଦ୍ର ପାରମାଣିକ, ଜେସିଆଇ ସଭାପତି ଶୈଳେଶ ଗୋଏଲ, ଲିଓ କ୍ଲବ ସଭାପତି ପ୍ରତ୍ୟୁଷ ସାହୁଙ୍କ ସମେତ କ୍ଲବର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଫୁଲତୋଡା, ସମ୍ମାନ ପତ୍ର, ସିଲ୍ ଦେଇ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.