csstore

ଟାଉନ୍ ବାଳିକା ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ପଂଚାୟତ ସମିତି ଅଧ୍ୟକ୍ଷା ସରିତା ବାଗ, ରାଜ୍ୟ ଓଷ୍ଟା ଉପ-ସଭାପତି ସୁର କୁମାର ନାଏକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ଓଷ୍ଟା ଜିଲ୍ଲା ସଂପାଦକ ଶଙ୍କର ପ୍ରସାଦ ମିଶ୍ର, ଯୋଗ ଦେଇଥିଲେ । ବିଭିନ୍ନ ବ୍ଲକ୍‌ରୁ ଶତାଧିକ ବିଜୟୀ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ପ୍ରତିଯୋଗିତାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ନୀଳମଣି ପଟେଲ, ସମ୍ମାନୀତ ଅତିଥି ସୁର କୁମାର ନାଏକ ଜିଲ୍ଲା ସଂପାଦକ ଶଙ୍କର ପ୍ରସାଦ ମିଶ୍ର ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ତର୍କରେ ଜୟେଲ କୁମାର, କଣ୍ଠ ସଙ୍ଗୀତରେ ସିଗ୍‌ଧା ମୟୀ ପଧାନ, ଚିତ୍ରାଙ୍କନରେ ବିରାଟ ମାଝୀ, ଆବୃତିରେ ମୃତ୍ୟୁଞ୍ଜୟ ପୁଟେଲ, ଗଳ୍ପ ଲିଖନରେ ମନିଷା ବାଗ, କବିତା ରଚନାରେ ସମୀକ୍ଷା ନାୟକ, ଏକକ ନୃତ୍ୟରେ ଲିଜାରାଣୀ ନାଏକ, ଏକକ ଅଭିନୟରେ ନିବେଦିତା କାଲସାଏ, ସାଧାରଣ ଜ୍ଞାନରେ ବେଦଂଶୁ ନାଗ, କୁଇଜରେ ସୁମିତ ପୁଞ୍ଜି ପ୍ରଥମ ସ୍ଥାନ ଅଧିକାର କରି କଟକରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଜୟ କୁମାର ତ୍ରିପାଠୀ, ଗୋବର୍ଦ୍ଧନ ସାହୁ, ସୁଶାନ୍ତ ଦାଶ, ଖଗେଶ୍ୱର ଷଡଙ୍ଗୀ, ଧୀରେନ ପଧାନ, ରାଜ କିଶୋର ଭଞ୍ଜ, ହରେକୃଷ୍ଣ ପୋଢ, ମଣିକର ମାଝୀ, ଗୋବିନ୍ଦ ବଗଭି, ମନୋଜ କୁମାର ବେହେରା, ଦିଲ୍ଲୀପ ବାରିକ, ପୀତାମ୍ବର ଛତର, ସଞ୍ଜୁଲତା ମିଶ୍ର, ପ୍ରଣତି ପାଣିଗ୍ରାହୀ, ପଦ୍ମାଳୟା ତ୍ରିପାଠୀ, ସତ୍ୟାନନ୍ଦ ବିଶ୍ଵାଳ, ଅରବିନ୍ଦ ପଧାନ ସହଯୋଗ କରିଥିଲେ । ରବୀନ୍ଦ୍ର ଠେଟୁଆଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଭେନ୍ଦ୍ର କୁମାର ମହାଷୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.