csstore

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ଅନୁଗୋଳରେ ମ.ରାମପୁର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ, ଦିବ୍ୟା ଦିପାନ୍ନୀତା, ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଆଜି ଅନୁଷ୍ଠିତ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଆୟୋଜିତ ପ୍ରାନ୍ତସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ପତ୍ରବାଚନ ପ୍ରତିଯୋଗିତାରେ ଦକ୍ଷିଣ ସମ୍ଭାଗ ସ୍ତରରୁ ମନୋନୀତ ହୋଇ, ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ସେ ନିଜର ପିତା, ମାତା ତଥା ସ୍କୁଲର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସମେତ ଗୁରୁଜୀ ଗୁରୁମାଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି । ଏଥିରେ ପ୍ରଥମ ସ୍ଥାନ ହାସଲ କରି ସେ ପରବର୍ତ୍ତୀ ସ୍ତର (କ୍ଷେତ୍ର ସ୍ତର)କୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଦିବ୍ୟା ବିଶିଷ୍ଟ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଓ ମାତା ସଂଗୀତା ମିଶ୍ରଙ୍କ ଝିଅ ଅଟନ୍ତି । ଏହି ସଫଳତା ପାଇଁ ମ.ରାମପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

jayashree
Leave A Reply

Your email address will not be published.