ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ମୁରସିଂହ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ସୁଶିଲ ନାୟକ ଗତ ୩୦ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି । ତାଙ୍କର ବିଦାୟ ସଭା କୋଭିଡ ନିୟମ ପାଳନ ସହ ହୋଇଥିଲା । ଏହି ଅବସରରେ ସ୍କୁଲ ଶିକ୍ଷକ, ଶିକ୍ଷିକା, ପରିଚାଳନା କମିଟିର ସଭ୍ୟମାନଙ୍କ ସହ ଦେଓଗାଁ ବ୍ଲକ୍ ଶିକ୍ଷା ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ବିଇଓ ସଙ୍କୀର୍ତ୍ତନ ବାଗ ବିଦାୟୀ ଶିକ୍ଷକଙ୍କୁ ଅବସର କାର୍ୟ୍ୟାଦେଶ ଓ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ।