om academy

ବିଧାୟକଙ୍କ ଦ୍ୱାରା କମ୍ୟୁନିଟି ସେଂଟର ଉଦଘାଟନ ଓ ଆଦର୍ଶ ଶବଦାହ କେନ୍ଦ୍ରର ଶିଳାନ୍ୟାସ

jsm

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ପବିତ୍ର ରଥଯାତ୍ରା ସୋମବାର ଦିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ ହୋଇଯାଇଛି । ସହରର ଆଶ୍ରମପଡାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମଂଦିର ପରିସରରେ ବିଧାୟକ ପାଣ୍ଢିରୁ ନିର୍ମିତ କମ୍ୟୁନିଟି ସେଂଟର ଓ ବସଷ୍ଠାଣ୍ଡରେ ଥିବା କଲ୍ୟାଣ ମଣ୍ଡପର ଉପର ମହଳାରେ ନିର୍ମିତି କୋଠାକୁ ମଧ୍ୟ ଉଦଘାଟନ କରିଛନ୍ତି ।

ବଙ୍ଗୋମୁଣ୍ଡା ରୋଡ ସ୍ଥିତ ସ୍ଥାନୀୟ ଶ୍ମଶାନଘାଟ ନିକଟରେ ୭୫ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଆଦର୍ଶ ଶବଦାହ କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଏନ୍‌ଏସି ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀ, ଏମ୍‌ଇଅଶୋକ କୁମାର ପଟ୍ଟନାୟକ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଆଶ୍ରମପଡ ।ସ୍ଥିତ କମ୍ୟୁନିଟି ହଲ ଉଦଘାଟନୀ ଉତ୍ସବରେ କମିଟିର ସମସ୍ତ ସଦସ୍ୟ ସହ ବୁଦ୍ଧିଜୀବୀ ସାମିଲ ଥିଲେ ।

Leave A Reply

Your email address will not be published.