pr

କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଁଖାଇ ଭେଟଘାଟ-ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗଣେଶ ପୂଜା ଓ ନୂଆଁଖାଇ ଉପଲକ୍ଷେ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଅନୁକୂଲ୍ୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ, ମୂଖ୍ୟବକ୍ତା ବେଳପଡା ସରପଞ୍ଚ ଖରତ ବାଗ, ଭାଲୁମୁଣ୍ଡା ଗ୍ରା,ପ, ସରପଞ୍ଚ ପ୍ରତିନିଧି ବସନ୍ତ ମେହେର, ଯୁରାବନ୍ଧ ଗ୍ରାପ ସମିତି ସଭ୍ୟ ପ୍ରତିନିଧି ବୈଶାଖୁ ମିର୍ଦ୍ଧା, ତୁରେକେଲା ସମିତି ସଭ୍ୟ ମୁରଲିଧର କୁମ୍ଭାର । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ଜିଲ୍ଲା ଯାଦବ ସଂପାଦକ କ୍ଷୀର ବଛା, ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ, ପୂର୍ବତନ ମଣ୍ଡଳ ସଭାପତି ତ୍ରିବିକ୍ରମ ବଛା, ଗୌନ୍ତିଆ ବୈଷ୍ଣବ ବାଗ, ନାଏବ ସରପଞ୍ଚ ପରମେଶ୍ଵର ଭୋଇ, ୱାଡ ମେମ୍ବର ରସିକ ପୋଡ, ମଦନ ମିର୍ଦ୍ଧା, ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏକ ବୃକ୍ଷ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସଂପାଦକ ତୁଳାଚନ୍ଦ୍ର ପୋଢ ସଭା ପରିଚାଳନା କରିଥିବା ବେଳେ ସଂଘର ସଭାପତି ଲିଙ୍ଗରାଜ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ । କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଝୋଟି, ମ୍ୟୁଜିକ ଚାୟାର, ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଓ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ସୃତି ବଇକାର ପ୍ରଥମ, ପୁଷ୍ପାଞ୍ଜଳୀ ସଗ୍ରିଆ ଦ୍ୱିତୀୟ, ଊଗଝ ଊବଦ୍ଭମର ଶକ୍ସକ୍ଟଙ୍କକ୍ଟ୍ର ଢୁଷାମୁଣ୍ଡା ତୃତୀୟ ସ୍ଥାନଅଧିକାର କରିଥିଲେ । ସଂଘର ସମସ୍ତ ସଦସ୍ୟଓ ସମସ୍ତ ଗ୍ରାମବାସୀ ରାତିସାରା ସାସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

nrusinghnath
Leave A Reply

Your email address will not be published.