ବିଧବା ଭତ୍ତା ମିଳୁନି ଅସହାୟ ବିଧବା ମହିଳାଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ବିଧବା ଭତ୍ତା ଜଣେ ବିଧବା ମହିଳାଙ୍କୁ ମିଳୁ ନଥିବା ଖବର ଆସିଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରା.ପ.ର ବିର୍ଣ୍ଣା ଗାଁର ଡୁଙ୍ଗୁରିପଡା ଅଧୀନସ୍ଥ ଲୟା ମାଝିଙ୍କ ସ୍ୱାମୀ ହେମନ୍ତ ମାଝି ଗତ ତା୦୯-୧୧-୨୦୧୪ରିଖ ଦିନ ନିଜ ପତ୍ନୀ ଲୟା ମାଝିଙ୍କୁ ଓ ନିଜ ସୁପୁତ୍ର ଜଗଦିଶ ମାଝି (୧୩)ଙ୍କୁ ଛାଡି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏନେଇ ଲୟା ମାଝି ବ୍ଲକ୍ ପ୍ରଶାସନଙ୍କୁ ଜଣାଇବାରୁ ନିଃସହାୟ ବିଧବା ମହିଳାଙ୍କୁ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା ସହଯୋଗ ରାଶି ମିଳିଥିଲା । ଅଥଚନ ଏହି ବିଧବା ମହିଳା ଆଜି ପର୍ୟ୍ୟନ୍ତ ବିଧବା ଭତ୍ତା ପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ଜରି ଢଙ୍କା ମାଟି କୁଡ଼ିଆରେ ରହି ହାଇଦ୍ରାବାଦ ଇଟା ଗଢି ଯାଇ ଆସି ନିଜର କୁଟୁମ୍‌ମ୍ବ ଭରଣ ପୋଷଣ କରି ଆସୁଛ‌ନ୍ତି ଲୟା । ଏହି ନିଃସହାୟ ବିଧବାଙ୍କୁ ରହିବାକୁ ବାସଗୃହ, ବିଧବା ଭତ୍ତା, ଏବଂ ରାସନ୍ କାର୍ଡ ଯୋଗାଇ ଦିଆଗଲେ ମା’ ଓ ପୁଅ ସୁଚାରୁ ରୂପେ ନିଜର ଜୀବନ ନିର୍ବାହ କରି ପାରିବେ ବୋଲି ଗ୍ରାବାସୀ କହିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁର‌ନ୍ତ ସହଯୋଗ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.