csstore

କେ. ଭି. କଲେଜରେ ବିଦାୟୋତ୍ସବ

  • ଉତ୍ତମ ଶିକ୍ଷକ ମାନେ ହିଁ ସୁସ୍ଥ ଓ ଶବଳ ଭାବେ ଗଢ଼ିଥାନ୍ତି ସମାଜକୁ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ଉତ୍ତମ ଶିକ୍ଷକମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି, ଏକ ସୁସ୍ଥ ଓ ଶବଳ ସମାଜ ଗଠନ କରିବାରେ । ମତ ପ୍ରକାଶ ପାଇଛି କେ. ଭି ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ବିଦାୟୋତ୍ସବ କାର୍ଯ୍ୟକ୍ରମରେ ପ୍ରକାଶ ଯୋଗ୍ୟ ଯେ, କେ. ଭି କଲେଜର ଇଂରାଜୀ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କ ଚାକିରିରୁ ଅବସର ନେଇଥିବାରୁ ତାଙ୍କ ସମ୍ମାନାର୍ଥେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ବିଦାୟୋତ୍ସବ ଆୟୋଜିତ ହୋଇଥିଲା । ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଲୋହିତାକ୍ଷ ଯୋଷୀ ଓ ତାଙ୍କ ପତ୍ନୀ ସଂଜିବନି ସୁଧାରଥ ,ଅଧ୍ୟାପିକା ପ୍ରଭାସିନୀ ରାଉତରାୟ, ଅଧ୍ୟାପିକା ସବିତା ମହାପାତ୍ର, ବବିତା ଦେବଦର୍ଶିନୀ, ଉର୍ମିଳା ସାହୁ, ସୁନିତା ଶବର, ପ୍ରଦ୍ୟୁମ୍ନ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ସଙ୍ଗୀତରେ ପ୍ରିୟ ଗୁରୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେପ୍ରାଚୀନ ଭାରତୀୟଗୁରୁକୂଳ ସଂସ୍କୃତି, ପୁସ୍ତକ ପଠନ ଅଭ୍ୟାସ ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ ଟିଏ ହେବା ପାଇଁ ଆହ୍ୱାନ ଦେଇଥିଲେ ଶ୍ରୀଯୁକ୍ତ ଯୋଷୀ । ଅଧ୍ୟାପକ ପ୍ରଦ୍ୟୁମ୍ନ ବାଗ ଧନ୍ୟବାଦ୍ ଦେଇଥିଲେ ।

jayashree
Leave A Reply

Your email address will not be published.