csstore

ତହସିଲଦାରଙ୍କୁ ବିଭିନ୍ନ ମହଲରୁ ବିଦାୟ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କୁ ଗତ କିଛିଦିନ ହେଲା ବିଭିନ୍ନ ମହଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ଆଜି ତାଙ୍କ ଚାକିରୀର ଶେଷ ଦିବସ ହେଇଥିବା ବେଳେ ଗତ ଦୁଇ ଦିନ ତଳେ ମ.ରାମପୁର ବାର ଆସୋସିଏସନ ତରଫରୁ ଏବଂ ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ, ମ.ରାମପୁର ପୋଲିସ କର୍ମଚାରୀ, ମ.ରାମପୁର ବ୍ଳକ କର୍ମଚାରୀ, ମ.ରାମପୁର ତହସିଲକର୍ମଚାରୀିଙ୍କ ତରଫରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି । ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ଚାକିରୀ ଜୀବନର ଅନୁଭୂତି ବାଂଟିବା ସହିତ ଓଡ଼ିଶାର ଯୋଉଠିକି ଗଲେ ମଧ୍ୟ ନିଜର ଉତ୍ତମ ସଂପର୍କ ରକ୍ଷା କରିବା ହିଁ ସବୁଠି ନିଜକୁ ଆନନ୍ଦ ଦେଇଥିାଏ ଏବଂ ମ.ରାମପୁରରେ ଚାକିରୀର ଶେଷ ସମୟ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଆଜି ତାଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

jayashree
Leave A Reply

Your email address will not be published.