
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ଅଧ୍ୟାପକ ଦ୍ୱୟଙ୍କୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ମାନସ ରଂଜନ ପ୍ରଧାନ ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଓ ଅର୍ଥନୀତି ଅଧ୍ୟାପକ ଶିବ ଶଙ୍କର ମାଝୀ ମୟୂରଭଂଜର ବାଈଗଣବାଡିଆ ମହାବିଦ୍ୟାଳୟକୁ ବଦଳି ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଡ. ବିଭୁତି ଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଦାୟ କାଳୀନ ଉତ୍ସବରେ ଶୈକ୍ଷିକ ପରାମର୍ଶଦାତା ତଥା କର୍ମଚାରୀ ସଂଘ ସଂପାଦକ ତେଜେଶ୍ୱର ନାୟକ, ସହ ସଂପାଦକ ହିମାଂଶୁ ଚରଣ ସାହୁ, ପ୍ରଶାସନିକ ଅଧିକାରୀ ଡ. ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ରଖି ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।