
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଭୁବନେଶ୍ୱର ଆଇବିଏମ୍ ପକ୍ଷରୁ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଭୁବନେଶ୍ୱରରୁ ଆସିଥିବା ମାଷ୍ଟରଟ୍ରେନର ସୁଦିପ୍ତ କୁମାର ସାହୁ ୩ ଘଣ୍ଟାର ଏକ ସେସନ୍ ମୋବାଇଲ୍ ବିଏସ୍ଏନ୍ଏଲ୍ ଫ୍ରି ୱାଇଫାଇ ଓ ସ୍ଲାଇଡ୍ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ୍ ପ୍ରଦାନ କରି ଶେଷରେ ପରୀକ୍ଷା କରି ଡିଜିଟାଲ୍ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଏଥିରେ ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ୍ତ କୁମାର ନାୟକ, ଆଇକ୍ୱୁଏସି ସଂଯୋଜକ ହିମାଂଶୁ ଚରଣ ସାହୁ, କାହ୍ନୁ ଚରଣ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତାପସ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।