csstore

ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେଛୋଦାଦର ଗ୍ରାମ ପଞ୍ଚାୟତ ଝାରମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ଗ୍ରାମର ପଦ୍ମା ଭୁଏଙ୍କୁ (୭୫) ନାମକ ଏକ ଅସହାୟ ବୃଦ୍ଧା ଓ ତାଙ୍କର ଝିଅ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ବୃଦ୍ଧାଟି ଚାଲିପାରୁ ନଥିବା ବେଳେ ଝିଅଟି ମାନସିକ ବିକାର ଗ୍ରସ୍ତ ହୋଇ ଘରେ ପଡିରହିଛି । ତାଙ୍କୁ ନା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ନା ସରକାରୀ ସାହାଯ୍ୟ ମିଳୁଛି । ସରକାର ସାମାଜିକ କଲ୍ୟାଣ ଯୋଜନାରେ ମାଳ ମାଳ ଯୋଜନା ପ୍ରଣୟନ କରିଛନ୍ତି ହେଲେ ଏହି ମାଆ ଝିଅ ଉଭୟେ ପ୍ରଶାସନର ଅନ୍ତରାଳରେ ପଡିରହିଛନ୍ତି । ଭତ୍ତା ପାଇଁ ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନକୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । କେବଳ ଚାଉଳ ୫ କେଜି ବ୍ୟତୀତ କୌଣସି ସହାୟତା ମିଳି ପାରିନାହିଁ । ଆହା କରିବାକୁ ମଧ୍ୟ କେହି ନାହାନ୍ତି । ତେଣୁ ଏହି ବୃଦ୍ଧା ପରିବାର ପ୍ରତି ପାଇକମାଲ ବ୍ଲକ ପ୍ରଶାସନ ତଥା ବରଗଡ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ସଦୟ ହୋଇ ଭତ୍ତା ତଥା ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ଉଭୟଙ୍କୁ ଥଇଥାନ କଲେ ରକ୍ଷା ପାଇ ପାରନ୍ତେ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.