pakka

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଡଃ ନଗେନ କୁମାର ଦାସଙ୍କ ଆବାହକତ୍ୱରେ, ରଶ୍ମି ରଞ୍ଜନ ବୋଇତାଇଙ୍କ ସଭାପତିତ୍ୱରେ ଶାସ୍ତ୍ରୀୟ ଭାଷା ଦିବସ ପଗତି ଉତ୍କଳ ସଂଘ ସଭାଗୃହରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଶାସ୍ତ୍ରୀୟ ଭାଷା ଦିବସର ତାତ୍ପର୍ଯ୍ୟ ଏବଂ ତା’ର କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟବକ୍ତା କ୍ଷୀରୋଦ ଚନ୍ଦ୍ର ବରାଳ ଓଡ଼ିଆ ଭାଷା କ୍ରମ ବିକାଶ ଉପରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଆର୍‌ଏସ୍‌ପି ସହର ପ୍ରଶାସନର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ତାଙ୍କର ବକ୍ତବ୍ୟରେ କହିଲେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲେ ବି ଯଦି ଲୋକଙ୍କ ପେଟପାଟଣାର ଭାଷା ଓ ଜ୍ଞାନ ବିଜ୍ଞାନର ଭାଷା ନହୁଏ ତେବେ ଆମ ମାତୃଭାଷା ଉନ୍ନତ ସୋପାନରେ ପହଞ୍ଚି ପାରିବ ନାହିଁ ବୋଲି ମତ ରଖିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ବିଜୟିନୀ ଜେନାଙ୍କ ସଭାପତିତ୍ୱରେ ରଶ୍ମି ସାହୁ ଏବଂ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ ଭାଷାକୁ ନେଇ ଏକ ସୁନ୍ଦର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ କବି କବିତା ପାଠ କରିଥିବା ବେଳେ ପ୍ରଗତି ଉତ୍କଳ ସଂଘର ସାଧାରଣ ସମ୍ପାଦକ ରାଧା ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen − seven =