pakka

ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ

bbehera

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଗତକାଲି ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟ ବସ୍ତୁ ଥିଲା “ସନେଟ୍ ଏକ ଅନନ୍ୟ କାବ୍ୟ ବିଭବ” । ଆସରର ମୁଖ୍ୟଅତିଥି ରୂପେ ସନେଟ୍ ଲେଖିବାରେ ଧୂରୀଣ ଇଂ ବିଷ୍ଣୁ ସାହୁ ଯୋଗଦେଇ ଓଡ଼ିଶାର ସନେଟ୍ ଇତିହାସ ଉପରେ ଆଲୋକପାତ କରିଥିଲେ । ସଂଯୋଜନା ଓ କାରିଗରୀ କୌଶଳ ଉପରେ ପ୍ରାଧାନ୍ୟ ଦେଇ ସନେଟ୍ ରଚନା କରିବା ଲାଗି ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।ଆସର ସଭାପତି ମିତା ପଟ୍ଟନାୟକ ଶବ୍ଦଚାତୁର୍ଯ୍ୟ ମାଧ୍ୟମରେ ସନେଟ୍ ବର୍ଣ୍ଣନା ଶୈଳୀକୁ ସୁଦୃଢ଼ କରିବା ଲାଗି କହିଥିଲେ । ସଂପାଦିକା ଲକ୍ଷ୍ମୀ ଚାନ୍ଦ ଅତିଥିଙ୍କୁ ସ୍ୱାଗତ କରିଥିଲେ । ହେମାଙ୍ଗିନୀ ଦାଶଙ୍କ ଭକ୍ତିସଂଗୀତ ଓ ମୌସୁମୀ ଦାସଙ୍କ ସଞ୍ଚାଳନା ସମସ୍ତଙ୍କୁ ମୁଗ୍ଧ କରିଥିଲା । ଆସରରେ ସ୍ୱରଚିତ ସନେଟ୍‌ ପାଠ କରିଥିଲେ ମିରିନା ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ସୁସ୍ମିତା ପଟେଲ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ପଦ୍ମାଳୟା ମିଶ୍ର, ସୁପ୍ତି କର ଓ ଆରତୀ ସାହୁ । ମୁଖ୍ୟଅତିଥି ପଠିତ ସନେଟଗୁଡିକର ସମୀକ୍ଷା କରିଥିଲେ । ସୃଜନିକାରେ ନିବେଦିତା ନନ୍ଦଙ୍କ କବିତା ସପ୍ସକଳନ “ଇଚ୍ଛାମତୀ”କୁ ସମୀକ୍ଷା କରିଥିଲେ ସୁଜାତା ମହାପାତ୍ର ଓ ସୁସ୍ମିତା ମହାପାତ୍ର । ଧନ୍ୟବାଦ ଅର୍ପଣ କରି ସଭା ଉଦ୍‌ଯାପିତ କରିଥିଲେ ସସ୍ମିତା ମହାନ୍ତି । କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳାର ସହିତ ଶ୍ବେତପଦ୍ମା ପାଢୀଙ୍କ ସୁପରିଚାଳନା ଓ ସମସ୍ତଙ୍କର ମିଳିତ ଉଦ୍ୟମରେ ସଫଳ ହୋଇଛି ।

Leave A Reply

Your email address will not be published.

one × 3 =