pakka

ମାଲପଡା ନାଗରିକ କମିଟିର ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତାଗୁଡିକ ବହୁ ଦିନରୁ ମରାମତି ହେଉନଥିବାରୁ ଖାଲଖମାରେ ଭର୍ତ୍ତି ହୋଇଅଛି ଓ ଲୋକେ ଅନେକ ସମୟରେ ନାନା ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏଣୁ ଏହି ରାସ୍ତାଗୁଡିକ ଶୀଘ୍ର ମରାମତି କରିବା ପାଇଁ ପୌରପାଳିକାକୁ ପତ୍ରାଳାପ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ବ୍ୟତୀତ ମାଲପଡାର ନାଳନର୍ଦ୍ଦମା ଗୁଡିକ ମାସ ମାସ ଧରି ସଫା କରାଯାଉନଥିବାରୁ ଏଠାରେ ମଶାର ପ୍ରାଦୁର୍ଭାବ ବୃଦ୍ଧି ପାଉଅଛି ଓ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ନାଳ ନର୍ଦ୍ଦମାରେ ମଶା ତେଲ ଦେଇ ସଫା କରିବା ପାଇଁ ପୌରପାଳିକାର ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ବ୍ୟତୀତ ମାଲପଡାରେ ଲୋକଙ୍କ ଚିତ୍ତ ବିନୋଦନ ପାଇଁ ପାର୍କ ନ ଥିବାରୁ ଶୀଘ୍ର ଏକ ପାର୍କ ନିର୍ମାଣ କରାଯିବା ପାଇଁ ପୌର ପାଳିକା ଏଥିରେ ଶୀଘ୍ର ବିହିତ ପଦକ୍ଷେପ ନେବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଉକ୍ତ ଆଲୋଚନାରେ ଭବାନୀ ଶଙ୍କର ଶତପଥି, ପ୍ରଫେସର ତରୁଣ କୁମାର ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ପଂଚାନନ ସେଠ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ବାସୁଦେବ ନାଗ, ଅଶୋକ କୁମାର ଚାନ୍ଦ, ଦେବ ଜ୍ୟୋତି ଯୋଷୀ ଆଦି ଏହି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.

two × 3 =