pakka

କଂଟାବାଂଜି ମୁସ୍କାନ ଇଂଟରନେସ୍‌ନାଲ ସ୍କୁଲରେ ଖୋଲିବ ଓଡିଶାର ପ୍ରଥମ ଗ୍ରାମାଂଚଳ ସ୍ପେସ୍‌ ଲ୍ୟାବ : ଖବରଦାତା ସମ୍ମିଳନୀରେ ସୂଚନା

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁସ୍କାନ ଇଂଟରନେସ୍‌ନାଲ ସ୍କୁଲରେ ଓଡିଶାର ପ୍ରଥମ ଗ୍ରାମାଂଚଳ ସ୍ପେସ ଲ୍ୟାବ୍‌ ଖୋଲିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ସୋମବାର ଦିନ ଇଂଟରନେସ୍‌ନାଲ ସ୍କୁଲର ସଭାଗୃହରେ ଏକ ଖବରଦାତା ସମ୍ମିଳନୀରେ ମିଳିଥିବା ସୂଚନା ମୁତାବକ ନୀତି ଆୟୋଗ ପ୍ରଜୋଜିତ ଭ୍ୟୋମିକା ସ୍ପେସ୍‌ ଏକାଡେମୀ ଦ୍ୱାରା ଦେଶର ୧୦ଟି ଜିଲ୍ଲାରେ ସ୍ପେସ୍‌ ଲ୍ୟାବ ଖୋଲିବ ଯାହା କଂଟାବାଂଜିର ମୁସ୍କାନ ଇଂଟରନେସ୍‌ନାଲ ସ୍କୁଲ ଗୋଟିଏ । ଦେଶର ଇସ୍ରୋରେ ନିର୍ମାଣ ହେଇଥିବା ରକେଟ, ଟେଲିସ୍କୋପ ସ୍ପେସ୍‌ ସାଇନ୍ସ କିଟ୍ସ, ଏୟାରକ୍ରାପ୍ଟ ଓ ଡ୍ରୋନ୍‌ ନିର୍ମାଣ ଭଳି ଯନ୍ତ୍ର୍ରାଂଶ ବିଷୟରେ ଶିକ୍ଷାଦାନ ଦିଆଯିବ । ଏହି ଲ୍ୟାବ ବିଦ୍ୟାଳୟରେ ଖୋଲିବା ପାଇଁ ଭ୍ୟୋମିକ ସ୍ପେସ୍‌ ଏକାଡେମୀର ଡାଇରେକ୍ଟର ନିତିନ କୁମାର ଏବଂ ଡଃ.ବ୍ରଜେଶ ମିତଲ, ଡାଇରେକ୍ଟର ମୁସ୍କାନ ଇଂଟରନେସ୍‌ନାଲ ସ୍କୁଲ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । କଂଟାବାଂଜିରେ ସ୍ପେସ୍‌ ଲ୍ୟାବ ଖୋଲିବା ଦ୍ୱାରା ପ୍ରତ୍ୟେକ ତିନି ମାସରେ ଥରେ ଇସ୍ରୋ ଏବଂ ନାଶାକୁ ଅଂଚଳର ଛାତ୍ରଛାତ୍ରୀମାନେ ଷ୍ଟଡି ଟୁର ଯାଇପାରିବେ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ କଂଟାବାଂଜି ଏନ୍‌.ଏ.ସି.ର ନଗରପାଳ ବରିୟାମ ସିଂ ସାଲୁଜା ଚୁକ୍ତିନାମା ବେଳେ ଉପସ୍ଥିତ ରହି ଗ୍ରାମାଂଚଳର ଛାତ୍ରଛାତ୍ରୀ ଏହି ଆଧୁନିକ ବୈଜ୍ଞାନିକ ଶିକ୍ଷା ପ୍ରଣାଳି ସହଜରେ ପାଇପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.

eighteen − 3 =